Latest Odisha News

BREAKING NEWS

ନାଲକୋ ସିଏମଡି ଭାବେ ଶ୍ରୀଧର ପାତ୍ର ନିଯୁକ୍ତ

ନୂଆଦିଲ୍ଲୀ: ନାଲକୋର ଅଧ୍ୟକ୍ଷ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ଶ୍ରୀଧର ପାତ୍ରଙ୍କ ନିଯୁକ୍ତିକୁ ଗତ ସୋମବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ମୋହର ମାରିଛି ।

ଗତବର୍ଷ ସେପ୍ଟେମ୍ବର ୧ ତାରିଖରୁ ସେ ନାଲକୋର ନିର୍ଦ୍ଦେଶକ(ବିତ୍ତ) ଭାବେ କାର୍ଯ୍ୟରତ ରହିଥିଲେ ।

ପର୍ସୋନାଲ୍ ମିନିଷ୍ଟ୍ରୀର ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ପାତ୍ର ଆଗାମୀ ୨୦୨୪ ଅକ୍ଟୋବର ୩୧ ଯାଏଁ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଜଣାପଡିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଥିବା ଶ୍ରୀ ପାତ୍ର ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ସଦସ୍ୟ । ଆହୁରି ମଧ୍ୟ ସେ ବିଦ୍ୟା ସାଗର ବିଶ୍ୱବିଦ୍ୟାଳୟରୁ ଏମବିଏ (ଏଚଆରଡି) କରିଛନ୍ତି ।

Leave A Reply

Your email address will not be published.