Latest Odisha News

BREAKING NEWS

କଟକ ରେଲୱେ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

କଟକ : ସିଲଭର ସିଟି କଟକ ରେଳ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ । ବଦଳିବ ଷ୍ଟେସନ ରୂପ ରେଖ । ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଯାଇ କଟକ ଚଣ୍ଡି ମନ୍ଦିରରେ ମା’ ଙ୍କ ଦର୍ଶନ କରିଥିଲେ । ତାପରେ ଷ୍ଟେସନ ପରିସରରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଅଶ୍ୱିନୀ ବୈଷ୍ଣବ। କଟକରେ ଷ୍ଟେସନର ଦ୍ୱିତୀୟ ଫାଟକକୁ ସିଧାସଳଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ ।

ସେହିପରି ମାଲଗୋଦମ ପଟୁ ସଂଯୋଗ କରୁଥିବା ରାସ୍ତାକୁ ମରାମତି କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଷ୍ଟେସନ ନିକଟରେ ଗାଡି ପାର୍କଂ, ପିକଅପ୍ ଓ ଡ୍ରପ ପଏଣ୍ଟ ,ଆମ୍ବୁଲାନ୍ସ ପାର୍କିଂ ଓ ଭିଆଇପି ପାର୍କିଂ ସହ ପ୍ରଶସ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ ରେଳମନ୍ତ୍ରୀ ।

ଷ୍ଟେସନ ପରିସରରେ ଉନ୍ନତି ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅଶ୍ୱିନୀ ବୈଷବ ଆଠଗଡ ସ୍ଥିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ପ୍ରତିଷ୍ଟାନରେ ପହଁଞ୍ଚି ଏକ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିଥିଲେ ।ରେଳମନ୍ତ୍ରୀଙ୍କ କଟକ ଗସ୍ତ ଅବସରରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ସୌଭିକ ବିଶ୍ୱାଳ ରେଳମନ୍ତ୍ରୀଙ୍କୁ ସ୍ୱାଗତ କରି ବିରାଟ ଶୋଭାଯାତ୍ରା ମଧ୍ୟ କରିଥିଲେ ।

ଅନ୍ୟ ପଟେ କଟକ ସହର ସହିତ ଅଶ୍ୱିନୀ ବୈଷବ ଆଗରୁ ଜଡିତ ବୋଲି କହିଛନ୍ତି । କଟକରେ ଏହି କାଯ୍ୟକ୍ରମରେ ପୂର୍ବତଟ ରେଳବାଇ ଅଧିକାରୀ , ଜିଲ୍ଲାପାଳ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିଜେପି ନେତାମାନେ ଉପସ୍ଥିତ ଥିଲେ । କଟକ ଷ୍ଟେସନ ପରିସରରେ ଅଶ୍ୱିନୀ ବୈଷବ ଗସ୍ତ ଗୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା

Leave A Reply

Your email address will not be published.