Latest Odisha News

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ: ଅନୁମୋଦନ ହେବ ଦୋଳ ଉତ୍ସବ ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତା ୯ ତାରିଖରେ ଶ୍ରୀମନ୍ଦିରରେ ଦୋଳଯାତ୍ରା ଆରମ୍ଭ ହେବ। ଏହାସହ ଶ୍ରୀଜିଉଙ୍କ ଚାଚେରୀ ବେଶ। ତେଣୁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନୁମୋଦନ ହେବ ଦୋଳ ଉତ୍ସବ ନୀତି ନିର୍ଘଣ୍ଟ।

୧୩ ତାରିଖରେ ମେଣ୍ଢାପୋଡ଼ି, ୧୪ ତାରିଖରେ ଦୋଳପୂର୍ଣ୍ଣିମା ଓ ରାଜବେଶ, ୧୫ରେ ହୋଲି। ଏହି ଦୋଳ ଉତ୍ସବକୁ ଶୃଙ୍ଖଳିତ ଭାବେ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯିବ।

ଏନେଇ ଗୁରୁବାର ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର ମରାମତିକୁ ଦୃଷ୍ଟିରେ ରଖି ଏହି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହେବ ବୋଲି ପ୍ରାଥମିକ ସୂଚନା ମିଳିଛି।

 

Comments are closed.