ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଜବାବ ମାଗିଲେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପଟେ କ’ଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ । ରାଜ୍ୟ ସରକାର ଓ ଏଏସଆଇଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ, ନିର୍ମାଣ ଦ୍ୱାରା ଅନ୍ୟ କିଛି ବିପଦ ଅଛି କି ନାହିଁ, ବିସ୍ତୃତ ଭାବେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନକୁ ନେଇ ବିବାଦ ମୁଣ୍ଡ ଟେକିଛି । ପ୍ରସଙ୍ଗକୁ ନେଇ ସଂସଦରୁ ସାଂସଦମାନେ ମୁହାଁମୁହିଁ ହୋଇଥିବା ବେଳେ ମାମଲା ହାଇକୋର୍ଟରେ ପହଂଚିଛି । ଏହି ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ହାଇକୋର୍ଟ ।
ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖନନ ଓ ନିର୍ମାଣକୁ ନେଇ ତୀବ୍ର ବିରୋଧ ପରେ ମୁଣ୍ଡ ନୁଆଁଇଛି ପ୍ରଶାସନ । ବେଆଇନ୍ ଖନନ ଓ ନିର୍ମାଣ ଚାଲିଥିବା ଖନନ ସ୍ଥଳକୁ ବାଲି ପକାଇ ପୋତିଛି ଠିକା ସଂସ୍ଥା । ସେହିପରି ଯେଉଁ ସ୍ଥାନରେ କଂକ୍ରିଟ ନିର୍ମାଣ କାମ ଆରମ୍ଭ ହୋଇସାରିଥିଲା ଏବଂ ରଡ୍ ବାଇଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଥିଲା, ସେସବୁ କାମକୁ ମଧ୍ୟ ବନ୍ଦ କରାଯାଇ ବାଲି ପୋତିଦିଆଯାଇଛି ।
ଅନ୍ୟପଟେ ଏମାର ମଠ ପଛପାଶ୍ୱର୍ରେ ଖନନ ପରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ କେବେ ପୋତାହେବ, ସେ ନେଇ ଉଠିଛି ପ୍ରଶ୍ନ । ଆଗକୁ ବର୍ଷାଦିନ ଥିବାରୁ ଖନନ ସ୍ଥଳରେ ପାଣି ଭର୍ତି ହେବା ସହ ଆଖପାଖ ସାହି ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଖନନ ସ୍ଥଳକୁ ଶୀଘ୍ର ପୋତିବାକୁ ଦାବି ହୋଇଛି ।
Comments are closed.