Latest Odisha News

BREAKING NEWS

ଶାହରୁଖ ଖାନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କଲେ, ବିଶ୍ୱକପ ହକିରେ ଯୋଗଦେବେ

ଭୁବନେଶ୍ୱର: ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଓଡ଼ିଶା ଆସିବେ । ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିରେ ଯୋଗଦେବେ । ବିଶ୍ୱକପ ହକିର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାହରୁଖ ଖାନଙ୍କୁ ନିମନ୍ତ୍ରଣ କରିଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ୍ । ଟ୍ୱିଟ୍ଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାହରୁଖଙ୍କୁ ବିଶ୍ୱକପରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣକୁ ସ୍ୱୀକାର କରି ଶାହାରୁଖ ଖାନ ଟ୍ୱିଟ୍ଟ୍ ଯୋଗେ ବିଶ୍ୱକପରେ ଯୋଗଦେବାକୁ ଓଡ଼ିଶା ଆସିବେ ବୋଲି କହିଛନ୍ତି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୭ ତାରିଖରେ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଶାହରୁଖ୍ ଖାନ ତାଙ୍କର ସମ୍ମତି ପ୍ରକାଶ କରିବା ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନେତା ଶାହରୁଖଙ୍କୁ ପୂର୍ବରୁ ଟ୍ୱିଟ୍ଟ୍ କରି ନିମନ୍ତ୍ରଣ କରିଥିଲେ ।

ଶାହରୁଖ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ଆସିବା କଥା ଟ୍ୱିଟ୍ଟ୍ କରିବା ପରେ ମୁଖ୍ୟମନ୍ତ୍ରୀ ଶାହାରୁଖଙ୍କ ହକିକୁ ଭଲପାଇବା ନେଇ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ।

ପୂର୍ବରୁ ଭାରତୀୟ ହକି ଖେଳାଳିମାନେ ଏହି ବିଶ୍ୱକପରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଭିଡ଼ିଓ ଯୋଗେ ଅନୁରୋଧ କରିଥିଲେ । ଶାହରୁଖ ମଧ୍ୟ ମଜାରେ କହିଥିଲେ ମୁଁ ଏହି ହକି ବିଶ୍ୱକପକୁ ଅନାଇ ବସିଥିଲି । ମୋ ଲାଗି ଏହା ଏକ ସୁଯୋଗ । ମୁଁ ନିଶ୍ଚିତ ରୂପେ ଯୋଗଦେବି ବୋଲି ଶାହରୁଖ ଖାନ୍ ଜଣାଇଥିଲେ ।

ବିଶେଷସୂତ୍ରରୁ ଜଣାପଡ଼ିଛି, ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେଉଥିବା ବିଶ୍ୱକପର ଉଦଘାଟନୀ ଉତ୍ସବରେ ଶାହରୁଖ ଖାନଙ୍କ ସମେତ ବଲିଉଡ଼ ଷ୍ଟାର୍ ଅକ୍ଷୟ କୁମାର ଏବଂ ମାଧୁରୀ ଦିକ୍ଷିତ ମଧ୍ୟ ଯୋଗଦେଦବାର କାର୍ଯ୍ୟକ୍ରମ ରହିଛି ।

ସମ୍ମାନଜନକୁ ଗ୍ରାମୀ ପୁରସ୍କାରପ୍ରାପ୍ତ କିମ୍ବଦନ୍ତୀ ସଙ୍ଗୀନ ନିର୍ଦ୍ଦେଶକ ଏ ଆର୍ ରେହମାନ ମଧ୍ୟ ଏହି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ପୂର୍ବରୁ ସମ୍ମତି ପ୍ରକାଶ କରିଛନ୍ତି । ସେ ପ୍ରସିଦ୍ଧ ଗୀତିକାର ଗୁଲଜାରଙ୍କ ସହିତ ବିଶ୍ୱକପ ଟାଇଟଲ୍ ଗୀତଟିକୁ ତିଆରି କରିଛନ୍ତି ।

ପୂର୍ବରୁ ବିଶ୍ୱକପ ଟାଇଟଲ୍ ଗୀତ ‘ଜୟ ହିନ୍ଦ୍ ହିନ୍ଦ୍ …ଜୟ ଇଣ୍ଡିଆ’ ରଚନା କରିବାକୁ ଏ ଆର ରେହମାନ ଓ ଗୁଲଜାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ।

ବିଶ୍ୱକପ ଉଦଘାଟନୀ ଉତ୍ସବ ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଟାଇଟଲ ଗୀତଟି ଏହାର ଯଥେଷ୍ଟ ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମରେ ଆନୁଷ୍ଠାନିକ ଭାବେ ରିଲିଜ୍ ହେବା ନେଇ ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.