Latest Odisha News

BREAKING NEWS

ଏସିଡ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ମାର୍ଶାଘାଇ ଅନ୍ତର୍ଗତ ଏକ ଗାଁରେ ଏସିଡ ମାଡ ହୋଇଥିବା ନେଇ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ମାର୍ଶାଘାଇ ନିକଟସ୍ଥ ପାଟଳି ପଙ୍କ ଗାଁରେ କେହି ଦୁର୍ବୃତ୍ତ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ଉପରେ ଏସିଡ ମାଡ କରିଥିଲା ।

ଅନ୍ୟପକ୍ଷରେ ଏସିଡ ମାଡର ଶିକାର ହୋଇଥିବା ଏହି ତିନି ଜଣ ହିମାଂଶୁ ବାରିକ, ପତ୍ନୀ ମିନତି ବାରିକ ଓ ଝିଅ ଶୁଭଶ୍ରୀ ବାରିକ (୨) ବୋଲି ଜଣାପଡିଛି ।

ତେବେ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହିତ ଏହି ଘଟଣାରେ ହିମାଂଶୁଙ୍କ ଆଖିରେ ଆଘାତ ଲାଗିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.