Latest Odisha News

BREAKING NEWS

KING COMING: ବଦଳିବନି ରିଲିଜ୍ ଡେଟ୍‌, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍

ମୁମ୍ବାଇ : ଚଳିତ ବର୍ଷ ଖ୍ରୀଷ୍ଟମାସ୍ ସପ୍ତାହରେ ବକ୍ସ ଅଫିସରେ ହେବ ଧମାକା । ଆସିବ ବଲିଉଡ ବାଦଶାହ ଶାହାରୁଖଙ୍କ ଆକ୍ସନ ଥ୍ରୀଲର । ଡଙ୍କୀ ପରେ ଚଳିତ ବର୍ଷ ଆସୁଛି କିଙ୍ଗ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ କିଙ୍ଗ୍ । ୩ବର୍ଷ ପରେ ବଲିଉଡ ବାଦଶାହ ଶାହାରୁଖ ନେବେ ଧମାକେଦାର ରିଏଣ୍ଟ୍ରି । ଫିଲ୍ମଟି ହିନ୍ଦି ସହ ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଓ ଇଂରାଜୀ ଭାଷାରେ ପ୍ରେକ୍ଷାଳୟକୁ ଆସିବ । ଚଳିତ ବର୍ଷ ମଧ୍ୟ ଫିଲ୍ମ ରିଲିଜ୍ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ୟାହାକୁ କ୍ଲିଅର କରିଛନ୍ତି ନିଜେ ଶାହାରୁଖ ଖାନ୍ । ରିଲିଜ୍ ଡେଟ୍‌ରେ କୌଣସି ପରିବର୍ତ୍ତନ ହେବନି ବୋଲି କହିବା ସହ ଦଶ ର୍କ ତାଙ୍କୁ ବହୁତ୍ ଅପେକ୍ଷା କଲେଣି ଆଉ ନୁହେଁ, ପୂର୍ବ ନିଦ୍ଧା ର୍ରିତ ତାରିଖରେ ହିଁ ଫିଲ୍ମ ରିଲିଜ୍ ହେବା ନେଇ ସେ ସ୍ପଷ୍ଟ କରିଛନ୍ତିା ଫିଲ୍ମ ସୁଟିଂ ସମୟରେ ସାମାନ୍ୟ ଆହତ ଥିବା କଥା କହିଛନ୍ତି । ସମାନ ସମୟରେ ହଲିଉଡର ମୋଷ୍ଟ ଆବେଟେଡ୍ ୨ଟି ଫିଲ୍ମ ଆଭେଞ୍ଜସ ର୍ ଡୁମ୍ସଡେ ଓ ଡ୍ୟୁନ୍ ୩ ରିଲିଜ୍ ହେବାର ଅଛିା ତେଣୁ ବୋଧହୁଏ ଶାହାରୁଖ ଫିଲ୍ମର ରିଲିଜ୍ ଡେଟ୍ ଘୁଂଚାଇ ପାରନ୍ତି ବୋଲି ଚଚ୍ଚା ର୍ ହେଉଥିଲା । ହେଲେ ସବୁ ଚର୍ଚ୍ଚାରେ ବିରାମ ଲଗାଇଲେ ବଲିଉଡ ବାଦଶାହ । ଡିସେମ୍ବର ୨୪ରେ ହିଁ ରିଲିଜ୍ ହେବ ନିର୍ଦ୍ଦେଶକ ସିଦ୍ଧାଥ ର୍ ଆନନ୍ଦଙ୍କ ଫିଲ୍ମ କିଙ୍ଗ୍ । ଡିସେମ୍ବର ୨୪ର କିଛିଦିନ ପୂର୍ବରୁ ହିଁ ମାର୍ବଲର ଦୁଇ ଦୁଇଟି ବହୁ ପ୍ରତିକ୍ଷୀତ ହଲିଉଡ୍ ଫିଲ୍ମ ରିଲିଜ୍ ହେବାର ରହିଛିା ଏହାରି ଭିତରେ କିଙ୍ଗ ଫିଲ୍ମ ସ୍ୟାଣ୍ଡବିଚ୍ ହୋଇୟିବନି ତ ବୋଲି ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ କହିଲେ ଆମେ ଦୁଇ ପାଉଁରୁଟି ମଝିରେ ଥିବା ସ୍ୱାଦିଷ୍ଟ ଟିକ୍କି ପୁର । ୟାହା ଦର୍ଶକଙ୍କୁ ଖୁବ୍ ଭଲ ଲାଗିବ । ଅରିଜିତ୍ ସିଂ ପ୍ଲେବ୍ୟାକିଂରୁ ବିରତି ନେଇଥିବା ସତ୍ୱେ ଏହି ପ୍ରୋଜେକ୍ଟରେ କାମ କରୁଥିବା ଶାହାରୁଖ କହିଛନ୍ତିା ୨୦୨୫ରେ ଆସିଥିଲା କିଙ୍ଗର ଟିଜର୍ । ୟେଉଁଥିରେ ଶାହାରୁଖଙ୍କ ଜବରଦସ୍ତ କମ୍‌ବ୍ୟାକ୍ ହେବ ବୋଲି ଅନୁମାନ ଲଗାଇହେଉଛି । ରେଡ୍ ଚିଲିଜ୍ ଏଂଟରଟେନମେଂଟ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଦୀପିକା ପାଦୁକୋଣ, ଅଭିଷେକ ବଚ୍ଚନଙ୍କ ସହ ଶାହାରୁଖଙ୍କ ଝିଅ ସୁହାନା ମଧ୍ୟ ନଜର ଆସିବେ ବୋଲି ସୂଚନା ରହିଛି । ଫିଲ୍ମଟି ୧୯୯୪ ଫ୍ରେଂଚ୍ କ୍ଲାସିକ୍‌ର ଲିଅନ୍‌- ଦ ପ୍ରଫେସନାଲ ଠାରୁ ଅନୁସରଣ କରାୟାଇଥିବା ଚର୍ଚ୍ଚା ହେଉଛି ।

Comments are closed.