Latest Odisha News

BREAKING NEWS

ଇଷାନ-ଅନନ୍ୟାଙ୍କ ‘ଖାଲି ପିଲି’…ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫ୍ଲୋରକୁ ଆସିଲା ନୂଆ ବଲିଉଡ ମୁଭି ‘ଖାଲି ପିଲି’ର ଟାଇଟଲ ଟ୍ରାକ । ଏହି ଗୀତରେ ରହିଛି ଷ୍ଟାର କିଡ୍ ଇଷାନ୍ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଜବରଦସ୍ତ ଡ୍ୟାନ୍ସ ଓ ରୋମାନ୍ସ । ଏହି ଗୀତକୁ ଶେଖର ଓ ପ୍ରକୃତି କକର ଗାଇଛନ୍ତି । ଗୀତର ମ୍ୟୁଜିକ କମ୍ପୋଜ କରିଛନ୍ତି ବିଶାଲ ଶେଖର ।

ଗୀତଟି ରିଲିଜ ହୋଇଛି ସତ କିନ୍ତୁ ଫ୍ୟାନ୍ସମାନଙ୍କ ହୃଦୟ ଜିତି ପାରିନି । ନିକଟରେ ରିଲିଜ ହୋଇଥିବା ‘ସଡକ’ ଫିଲ୍ମ ପରି ଏହି ଗୀତକୁ ମଧ୍ୟ ମିଳିଛି ଢ଼େରସାରା ଡିସ୍‌-ଲାଇକ । ପୂର୍ବରୁ ମଧ୍ୟ ଏହି ଫିଲ୍ମର ଏକ ଗୀତ ରିଲିଜ ହୋଇଥିଲା । ‘ବିୟୋନ୍ସେ ଶର୍ମା ଯାଏଗି’ ଗୀତଟି ବେଶ୍ ବିବଦ ଘେରକୁ ଠେଲିି ହୋଇଥିଲା । ଏହାପରେ ମେକର୍ସ ପୁଣି ଆଉ ଏକ ଗୀତ ରିଲିଜ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଫ୍ଲପ୍ ହୋଇଛି କହିଲେ ଭୁଲ୍ ହେବ ନାହିଁ ।

ମକବୁଲ ଖାନ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ଇଷାନ ଓ ଅନନ୍ୟା ଅଛନ୍ତି । ପ୍ରଥମ କରି ଏହି ଫିଲ୍ମରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ।

Leave A Reply

Your email address will not be published.