Latest Odisha News

BREAKING NEWS

ଜୟାଙ୍କୁ ପୁଣି ଟାର୍ଗେଟ କଲେ କଙ୍ଗନା..କେଉଁ ଥାଳି ଆପଣ ପରଷିଥିଲେ ?

ମୁମ୍ବାଇ: ଜୟା ବଚ୍ଚନ ଓ କଙ୍ଗନା ରାନାୱତଙ୍କ ବିବାଦ ଜୋର ଧରିବାରେ ଲାଗିଛି । ଜୟା ସଂସଦରେ କଙ୍ଗନାଙ୍କୁ ପରୋକ୍ଷ ଭାବେ କହିଥିଲେ ଯେଉଁ ଥାଳିରେ ଖାଉଛ ସେଥିରେ କଣା କରୁଛ । ଏହାର ଜବାବରେ କଙ୍ଗନା ତାଙ୍କ ପୁଅ, ଝିଅଙ୍କ କ୍ଷେତ୍ରରେ ଯଦି କିଛି ଖରାପ ଘଟିଥାନ୍ତା ଏ ଭଳି କହିଥାନ୍ତେ ବୋଲି ପ୍ରଶ୍ନ କରିଥିଲେ । । ବୁଧବାର ପୁନର୍ବାର କଙ୍ଗନା କହିଛନ୍ତି.. ଆପଣ କେଉଁ ଥାଳି କଥା କହୁଛନ୍ତି । ୨ ମିନିଟର ରୋଲ, ଆଇଟମ ନମ୍ବର ଆଉ ହିରୋ ସହିତ ଅନ୍ତରଙ୍ଗ ମୂହର୍ତ । ମୁଁ ଏକୁଟିଆ ଲଢ଼ୁଛି, ଇଣ୍ଡଷ୍ଟ୍ରିକୁ ଫେମିନିଜିମ୍ ଶିଖାଇଲି । ମୋ ନିଜ ଥାଳି ମୁଁ ନିଜେ ସଜାଡୁଛି ।

କଙ୍ଗନାଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଅମିତାଭ ବଚ୍ଚନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ରବି କିଶନ ମଧ୍ୟ ଟୁଇଟ କରି କହିଛନ୍ତି ଯେଉଁ ଥାଳିରେ ବିଷ ରହିଛି, ତାକୁ କଣା କରିବାକୁ ପଡିବ ।

Leave A Reply

Your email address will not be published.