Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ: ପତ୍ନୀ ଏଲିସାଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ଫେରିଲେ

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରବିବାର ହେବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ପକ୍ଷରୁ ଏଲିସା ହିଲେ ଖେଳିବେ । ଦଳ ତଥା ପତ୍ନୀଙ୍କ ମନୋବଳ ବଢ଼ାଇବା ପାଇଁ ଅଷ୍ଟ୍ରେଲିଆ ପୁରୁଷ ଦଳର ପେସ ବୋଲର ମିଚେଲ ଷ୍ଟାର୍କ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ସେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳୁଥିଲେ । ଏହାକୁ ଅଧାରୁ ଛାଡି ପତ୍ନୀଙ୍କ ପାଖକୁ ଆସିବେ । କୋଚ ଜଷ୍ଟିନ ଲାଙ୍ଗର ମଧ୍ୟ ଷ୍ଟାର୍କଙ୍କୁ ଅଷ୍ଟ୍ରେଲିଆ ଫେରିଯିବା ପାଇଁ କହିଛନ୍ତି । ଏ ଭଳି ସୁଯୋଗ ବାରମ୍ବାର ଆସେ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.