Latest Odisha News

BREAKING NEWS

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହେଉଛି ।

ରାଜ୍ୟ ସଚିବାଳୟଠାରେ ସନ୍ଧ୍ୟା ୫.୪୫ ରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି ।

ଏହି ବୈଠକରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ବିଲ୍ – ୨୦୧୬ ମଞ୍ଜୁର ହେବାର ସମ୍ପାବନା ରହିଛି । ଏହି ବିଲ୍ କ୍ୟାବିନେଟ ବୈଠକରେ ମଞ୍ଜୁର ହେବା ନିଷ୍ପତ୍ତି ପରେ ବିଧାନସଭାର ଶୀତକାଳନୀନ ଅଧିବେଶନରେ ପାରିତ ହୋଇପାରେ ।

ଏହାବ୍ୟତୀତ, ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ କ୍ୟାଡ଼ର ଭିତ୍ତିକ ଆଇନରେ ସଂଶୋଧନ ଆଣିବା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.