Latest Odisha News

BREAKING NEWS

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ନିଟ୍ ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର । ଏହି ଅବସରରେ ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର ।

ପରୀକ୍ଷା ସମୟରେ ମାଗଣା ବସ୍‌ରେ ଯିବେ ନିଟ୍‌ ପରୀକ୍ଷାର୍ଥୀ । ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ ଓଏସଆରଆରଟିସି ବସ୍‌ରେ ମାଗଣାରେ ଯାଇପାରିବେ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ ଜାରି କରିଛି । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଛାତ୍ରୀଛାତ୍ରମାନଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହା ପୂର୍ବରୁ ପଞ୍ଜାବ ସରକାର ରାଜ୍ୟରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ମଧ୍ୟରୁ ଜଣଙ୍କୁ ଜୁନ୍ ୨୦ ରୁ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ପଞ୍ଜାବ ରୋଡୱେଜ୍ ସରକାରୀ ବସ୍‌ରେ ମାଗଣା ଯାତ୍ରା ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ ।

Comments are closed.