Latest Odisha News

BREAKING NEWS

ଓଡ଼ିଶାରେ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । କରୋନାକୁ ମାତ୍ ଦେବା ପାଇଁ ପ୍ଲାଜମା ଥେରାପି ମାଧ୍ୟମରେ ଆରମ୍ଭ ହେବ ଚିକିତ୍ସା । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ ହେବ । ଏହି କମିଟି ପ୍ଲାଜମା ଥେରାପି ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବେ । ରାଜ୍ୟର ୪ଟି ହସ୍ପିଟାଲରେ ଏହି ପ୍ଲାଜମା ଥେରାପି ହେବ । ବିଶେଷକରି ଏସସିବି, ଅଶ୍ୱିନୀ ହସ୍ପିଟାଲ, ସମ ଓ କିମ୍ସରେ ପ୍ଲାଜମା ଥେରାପି ହେବ । ତେବେ ପ୍ଲାଜମା ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.