Latest Odisha News

ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲା ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ ଶୋକ ପ୍ରକାଶ କରିଛି । ସେ ଜଣେ ଉତ୍ସାହୀ, ହୃଦୟବାନ ଅଫିସର ଯାହାଙ୍କୁ ସିନିଅରମାନେ ସ୍ନେହ କରୁଥିଲେ ଓ ଜୁନିଅରମାନେ ସମ୍ମାନ ଜଣାଉଥିଲେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଏ ଅସମୟରେ ତାଙ୍କ ପରିବାର ସଦସ୍ୟଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ଓ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଆସୋସିଏସନର ସଦସ୍ୟମାନେ ପ୍ରାର୍ଥନା କରିଛନ୍ତି ।

ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ମୁମ୍ବାଇରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ଚିକିତ୍ସା ପାଇଁ ସେ ମୁମ୍ବାଇରେ ରହୁଥିଲେ ।

ଚାକିରୀ କାଳ ମଧ୍ୟରେ ପ୍ରିୟବ୍ରତ ପଟ୍ଟନାୟକ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିଲେ ।

Leave A Reply

Your email address will not be published.