Latest Odisha News

BREAKING NEWS

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ: ୫୩ ଲକ୍ଷ ଟଙ୍କାର କାରବାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମାର୍ଚ୍ଚ ୨ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜି ଉଦ୍‌ଯାପିତ ହୋଇଯାଇଛି ।

ଏହି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ୧୧୦ଟି ଷ୍ଟଲରେ ୧୩୬ ଜଣ କାରିଗର ସେମାନଙ୍କର ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରିଛନ୍ତି । କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପଥର ଖୋଦେଇ, କାଠ ଖୋଦେଇ, ଧାନ୍ୟଶିଳ୍ପ, ଜନଜାତି ଅଳଙ୍କାର, ବାଉଁଶ, ଶିଙ୍ଗକାମ, ଲାଖଚୂଡ଼ି, ଚିତ୍ରକଳା, ଚାନ୍ଦୁଆ ତିଆରି ସାମଗ୍ରୀ, ବେତରେ ତିଆରି ଜିନିଷ, ପିତ୍ତଳ, କଂସାବାସନ, ଟେରାକୋଟା ସାମଗ୍ରୀ, ପଟ୍ଟଚତ୍ର, ରୂପା ତାରିକସୀ କାମ, ଡୋକ୍ରାକାମ,
ଆଣ୍ଟିକ୍‌ ଘର ସଜସଜ୍ଜା ପ୍ରଭୃତି ଗ୍ରାହକମାନଙ୍କୁ ଆକୃଷ୍ଟ କରିଥିଲା । ଏହି ମେଳାର ମୁଖ୍ୟ ଆକର୍ଷଣ ଥିଲା ଗଞ୍ଜାମ ଜିଲ୍ଲାର ଅରୁଣ ସାହୁଙ୍କ ଦ୍ୱାରା କାଠରେ ନିର୍ମିତ ବିଧାନସଭା ଗୃହ, ତାଜମହଲ, ଗେଟ୍‌େୱ ଅଫ୍‌ ଇଣ୍ଡିଆ, ଇଣ୍ଡିଆ ଗେଟ୍‌ ଇତ୍ୟାଦି ।

ଏହି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ୫୩ ଲକ୍ଷ ଟଙ୍କାର ବିକି୍ରବଟା ହୋଇଥିବାବେଳେ ୩୫ ହଜାର ପରିଦର୍ଶକ ମେଳା ବୁଲି ଦେଖିଥିଲେ ବୋଲି ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.