ଉମରକୋଟ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ ଦାସିଆ ସାଂସ୍କୃତିକ ପରିଷଦ ‘ ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୁବକବି ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀନିବାସ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l
ଏହି ଅବସରରେ ଶ୍ରୀ ମାଝି କରୋନା ସମୟରେ ଏଭଳି ଆସର ଆୟୋଜନର ପ୍ରାସଙ୍ଗିକତା ବିଷୟରେ ମତ ରଖିଥିବାବେଳେ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କବି ଓ କବୟିତ୍ରୀଙ୍କ ସାମାଜିକ ସଚେତନତା ବାର୍ତ୍ତା ଉପରେ ଆଲୋଚନା କରିଥିଲେ l
ଏହି କାର୍ଯ୍ୟକ୍ରମରେ ସଂଘମିତ୍ରା ରାଏଗୁରୁ, କୁମାର ସୁବ୍ରତ ସେନାପତି, ସୁସ୍ମିତା ପଟେଲ, ପ୍ରଭାସିନୀ ଠାକୁର, ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ,, ରୀତାଞ୍ଜଳି ମହାରଣା, ବନ୍ଦିତା କର, ,ଶିବସୁନ୍ଦର ପାଣିଗ୍ରାହୀ, ସଚ୍ଚିଦାନନ୍ଦ ବସ୍ତିଆ, ଗଣେଶ ପ୍ରସାଦ ରଣା, ହିମାଂଶୁ ସାହୁ, ଜ୍ୟୋତ୍ସ୍ନାଶ୍ରୀ ପୁଷ୍ପାରାଣୀ ସେନାପତି ପ୍ରମୁଖ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ l
ଏହି କାର୍ଯ୍ୟକ୍ରମରେ ହିମାଂଶୁ ଆଚାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମୀର କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସ୍ଵାଗତିକା ସାହୁ ସ୍ୱାଗତ ସଂଗୀତ ଗାନ କରିଥିଲେ l ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ରାଧାରାଣୀ ସରକାର ଓ ଏମ. ହିମାଂଶୁ ଆଚାରୀ କବିତା ଆସରକୁ ସଂଯୋଜନା କରିଥିଲେ l ପରିଶେଷରେ ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l
Comments are closed.