Latest Odisha News

BREAKING NEWS

‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ରଚିତ ‘ଆଜିର ଦିନଟି ମୋର’ ଓ କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା, ନବୀନ ନିବାସ ଠାରେ ଉନ୍ମୋଚିତ ହୋଇଯାଇଛି ।

‘ଆଜିର ଦିନଟି ମୋର’ ପୁସ୍ତକରେ ଶ୍ରୀ କୁଲାଙ୍ଗେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ଉର୍ବଶୀର ଗାଁ’ ସଙ୍କଳନରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବକୁ କବି ଶ୍ରୀ ଦାଶ ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି । ଦୁଇଟିଯାକ ପୁସ୍ତକ ବିପୁଳ ପାଠକୀୟ ଆଦୃତି ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.