Latest Odisha News

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ହେବେନି ଦାୟୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିବ୍ୟକ୍ତର ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଂଚ ଏହି ଶୁଣାଣୀ କରିଛନ୍ତି । ବିଚାରପତି ଏସଏ ନଜିରଙ୍କ ନେତୃତ୍ୱରେ ଏହି ୫ଜଣିଆ ବେଂଚର ଗଠନ କରାଯାଇଥିଲା । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ଏମପି, ବିଧାୟକ କିମ୍ବା ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ବକ୍ତବ୍ୟ ଉପରେ କୌଣସି ପ୍ରତିବନ୍ଧକ ରହିପାରିବ କି ନାହିଁ ଆବେଦନ ନେଇ ଏହି ଶୁଣାଣୀ କରାଯାଇଥିଲା ।

BjdElectrycity

ବେଂଚ କହିଥିଲେ ଧାରା ୧୯ (୨) ଅନୁଯାୟୀ ସାଧାରଣ ପ୍ରତିନିଧିଙ୍କ ବକ୍ତବ୍ୟ ତଥା ଅଭିବ୍ୟକ୍ତି ଉପରେ କୌଣସି ଅତିରିକ୍ତ ପ୍ରତିବନ୍ଧକର ଆବଶ୍ୟକତା ନାହିଁ । ତେବେ ଜଣେ ବ୍ୟକ୍ତିଙ୍କ ବକ୍ତବ୍ୟ ନେଇ ସିଧାସଳଖ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ଶୁଣାଣୀକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.