ପ୍ରୟାଗରାଜ: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ ନିକଟରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଯୋଗ ଦେଇଥିଲେ।
ସୂଚନା ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରୟାଗରାଜ ଆସିଥିଲେ। ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସେ ସଙ୍ଗମରେ ବୁଡ଼ ପକାଇ ପାରିନଥିଲେ। ତଥାପି ତାଙ୍କ ପାଇଁ ୯୩ ବର୍ଷର ରେକର୍ଡ଼ ଭାଙ୍ଗି ଥିବା ଚର୍ଚ୍ଚା ହେଉଛି।
ଷ୍ଟିଭ୍ ଜବସ୍ ଙ୍କ ପତ୍ନୀ ଲରେନ୍ ଜବସ୍ ଏକ ଅନ୍ତର୍ଜାତୀୟ ବିମାନ ଯୋଗେ ପ୍ରୟାଗରାଜରେ ପହଞ୍ଚିଥିଲେ। ଲରେନଙ୍କୁ ଧରି ଭୁଟାନ ଏୟାରୱେଜର ବିମାନ ପ୍ରୟାଗରାଜ ବିମାନବନ୍ଦରରେ ଅବତରଣ କରିଥିଲା। କୁହାଯାଉଛି ଯେ ପ୍ରାୟ ୯୩ ବର୍ଷ ପରେ ପ୍ରୟାଗରାଜ ବିମାନବନ୍ଦରରେ ଏକ ଅନ୍ତର୍ଜାତୀୟ ବିମାନ ଅବତରଣ କରିଛି। ତେବେ ମହାକୁମ୍ଭରେ ଯୋଗଦେବା ପରେ ସେ ସେହି ବିମାନରେ ଭୁଟାନ ଫେରିଯାଇଥିଲେ।
ଏହି ଘଟଣା ପ୍ରୟାଗରାଜ ବିମାନବନ୍ଦର ପାଇଁ ଏକ ଐତିହାସିକ ଘଟଣା। କାରଣ ୯୩ ବର୍ଷ ପରେ ପ୍ରଥମ ଥର ପାଇଁ ପ୍ରୟାଗରାଜ ଏୟାରପୋର୍ଟକୁ ଅନ୍ତର୍ଜାତୀୟ ବିମାନ ଆସିଥିଲା। ତେବେ ପୂର୍ବରୁ ୧୯୩୨ ମସିହାରେ ପ୍ରୟାଗରାଜରୁ ଲଣ୍ଡନକୁ ବିମାନ ସେବା ଆରମ୍ଭ ହୋଇଥିଲା।
Comments are closed.