Latest Odisha News

BREAKING NEWS

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ, ଜଣେ ଗିରଫ

ବାରିପଦା : ଏସଟିଏଫ୍ ହାତର ଧରାପଡିଲା ବାଘ ଶିକାରୀ  । ବାରିପଦା ଶ୍ରୀରାମଚନ୍ଦ୍ରପୁରଠାରେ ଶିକାରୀକୁ କାବୁ କରିଛି ଏସଟିଏଫ । ବାଘ ଛାଲ ସହ ଜଣେ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର  ହୋଇଯାଇଛନ୍ତି । ଶିକାରୀଙ୍କ ଟାର୍ଗେଟ୍ ରେ ଶିମିଳିପାଳ  । ମାସକ ତଳେ ଗୁଳି କରି ଶିକାର କରିଥିବା ଅନୁମାନ କରାଯାଉଛି । ଦୁଇଦିନ ପୂର୍ବରୁ ଖବର ପାଇ ଶିକାରୀକୁ ଧରିବା ପାଇଁ ନିଜେ ବେପାରୀ ସାଜି ଶିକାରୀ ସହ ୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲା ଏସଟିଏଫ୍ । ଯାହର ଲମ୍ୱ ୭ ଫୁଟ୍ ଓ ଚଉଡା ୫ଫୁଟ୍ ।

ଡିଲ୍ ମୁତାବକ ଚମଡା ବିକ୍ରି କରିବା ପାଇଁ ଗତକାଲି ରାତି ୨ ଟା ସମୟରେ ଶିକାରୀ ମାନେ ମଟରସାଇକେଲ ଉଦଳାରୁ ବାରିପଦା ଆସୁଥିବା ସମୟରେ ବିସିପୁର ଠାରେ ମାଡ଼ି ବସିଥିଲା ଏସଟିଏଫ ଟିମ୍। ଘଟଣାସ୍ଥଳରୁ ଦୁଇ ଜଣ ଖାସି ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫାଗୁ ହାଁସଦା କୁ ଗିରଫ କରିଛି ଏସଟିଏଫ୍। ସେ ସ୍ଥାନୀୟ ବାସିନ୍ଦା ।

ବାଘ ଛାଲ ସହିତ ଏହାର ନଖ ଓ ଅନ୍ୟାନ୍ୟ ଅଂଶ ବି ବେପାରୀ ପାଖରୁ ଜବତ କରିଛି ଏସଟିଏଫ୍ । ତେବେ ବାଘର ମାଂସ ମିଳିନଥିବାରୁ ଏସଟିଏଫ୍ କହିଛିଯେ ମାସକ ତଳେ ବାଘଟିକୁ ଶିକାର କରାଯାଇଛି । ପ୍ରଥମେ ହାତୀ ଶିକାର ଓ ପୋଡିବା ଏବଂ ଏବେ ମହାବଳ ଶିକାରକୁ ନେଇ ଚିନ୍ତା ବଢିଛି । ଶିମିଳିପାଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ଦେଖାଦେଇଛି । ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠିଛି । କଲରା ପତରିଆ ବାଘର ଶିକାର ବେଳେ ବନବିଭାଗ ଅଚିନ୍ତାରେ ରହିଯିବାରୁ ଏବେ ଶିକାରୀ ମହାବଳ ଶିକାର କରିବାକୁ ସାହସ କଲେ ବୋଲି ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.