Latest Odisha News

ଅପରାଧର ଅଦ୍ଭୁତ ତର୍ଜମା

ନିକଟରେ ଏକ ରାୟ ସାରା ଦେଶ ରେ ହଇଚଇ ସୃଷ୍ଟି କରିଛି । ସେ ରାୟକୁ ନେଇ ଦେଶର ଶିଶୁ ସଂଗଠନମାନେ ରାଜରାସ୍ତାକୁ ଆସିଛନ୍ତି ଏବଂ ମହିଳା ସଂଗଠନମାନେ ମଧ୍ୟ ଏହାର ଘୋର ବିରୋଧ କରିଛନ୍ତି । ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଦିୱାଲା ଏକ ନାବାଳିକା ଯୌନ ନିର୍ଯାତନା ଶୁଣାଣି କରି ନିର୍ଯାତନାର ଏକ ଅଦ୍ଭୁତ ସଂଜ୍ଞା ବାହାର କରିଛନ୍ତି । ଯାହା ଦ୍ୱାରା ସେ ନିଜେ ଏକ ବିବାଦୀୟ ପରିସ୍ଥିତିରେ ଫସିଯାଇଛନ୍ତି । ଏକ ଚଉଦ ବର୍ଷୀୟ ଝିଅକୁ ଜଣେ ଅଣଚାଳିଶି ବର୍ଷୀୟ ବ୍ୟକ୍ତି ପିଜୁଳି ଖାଇବାକୁ ଡାକି ନେଇ ଝିଅଟିର ପିନ୍ଧିଥିବା କପଡ଼ାକୁ ଖୋଲିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ନିମ୍ନ ଅଦାଲତ ରେ ଅଭିଯୋଗ ହେଇଥିଲା ଓ ଅଭିଯୁକ୍ତଙ୍କୁ ପୋକ୍ସ ଆକ୍ଟର ଧାରା -୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ହେଇଥିଲା । ଏଇ ଦଣ୍ଡାଦେଶ ବିରୁଦ୍ଧରେ କିନ୍ତୁ ଅଭିଯୁକ୍ତ ବମ୍ବେ ହାଇକୋର୍ଟକୁ ଯାଇ ଅପିଲ କରିଥିଲେ ।

ତାଙ୍କ ଅପିଲର ଶୁଣାଣି କରି ” ସ୍କିନ ଟୁ ସ୍କିନ କଣ୍ଟାକ୍ଟ ହେଇନଥିବାରୁ ଅଭିଯୁକ୍ତକୁ ଦୋଷ ମୁକ୍ତ କରାଯାଇଛି କିନ୍ତୁ ଏଇ ଅବାନ୍ତର ରାୟକୁ ସୁପ୍ରିମ କୋର୍ଟ କିନ୍ତୁ ସ୍ଥଗିତ ରଖିଦେଇଛନ୍ତି ଓ ତା ସହିତ ରାୟ ଦେଇଥିବା ଜଷ୍ଟିସ ପୁଷ୍ପାଙ୍କ ପଦୋନ୍ନତି ର ସୁପାରିଶ କୁ ମଧ୍ୟ ଖାରଜ କରାଯାଇଛି । ଏଇ ରାୟ ବୋଧେ ଆମ ଭାରତ ରେ ପ୍ରଥମ ଯାହା କି ଜଣେ ନିଜେ ମହିଳା ହେଇ ଏଇ ପ୍ରକାର ବିବାଦୀୟ ରାୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏତେ ସମ୍ବେଦନଶୀଳ ଘଟଣା ରେ କିଛି ଟଙ୍କାର ପ୍ରଲୋଭନରେ ଏମିତି ପାତର ଅନ୍ତର ନ୍ୟାୟ ବ୍ୟବସ୍ଥା ରେ ଆମ ପାଇଁ ତଥା ରାଷ୍ଟ୍ର ପାଇଁ ନିହାତି ଭାବରେ ଦୁର୍ଭାଗ୍ୟଜନକ ।

ଯେତେ ବେଳେ ସରକାର ବେଟି ବଚାଓ ବେଟି ପଢ଼ାଓର ସ୍ଲୋଗାନ ଦେଉଛନ୍ତି ସେତେବେଳେ ଏ ପ୍ରକାର ର ମାନସିକତା ଜମା ବି ଗ୍ରହଣୀୟ ନୁହେଁ । ଆମର ବହୁତ ସମୟରେ ଉଦାହରଣ ଅଛି ଯେଉଁଠି କି ପୋଲିସ ପାତର ଅନ୍ତର କରିଥାଏ କିନ୍ତୁ ଏଇଠି ନ୍ୟାୟ ବ୍ୟବସ୍ଥାରେ ଅବ୍ୟବସ୍ଥା ଏକ ଲଜ୍ଜା ଆମ ସମାଜ ପାଇଁ । ଜଷ୍ଟିସ ପୁଷ୍ପାଙ୍କୁ ମହଙ୍ଗା ପଡିଛି ଏ ରାୟ ।

ସୁପ୍ରିମକୋର୍ଟ ଜଷ୍ଟିସ ପୁଷ୍ପାଙ୍କ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠେଇଛନ୍ତି ଆଉ କଡ଼କ୍ଷ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଅପରାଧର ତର୍ଜମା ନକରାଯାଉ । ଅପରାଧୀ ବିଶେଷ କରି ନାବାଳିକାମାନଙ୍କ କ୍ଷେତ୍ରରେ ହେଉଥିବା ଅପରାଧକୁ ପ୍ରଶୟ ନଦିଆଯାଉ ତାହେଲେ ଅପରାଧୀମାନଙ୍କ ମନରେ ଭୟ ସୃଷ୍ଟି ହେବ । ନାବାଳିକାମାନଙ୍କ କ୍ଷେତ୍ରରେ ବଢୁଥିବା ଯୌନ ଶୋଷଣର କାରଣ ମଧ୍ୟ ବିଳମ୍ବିତ ନ୍ୟାୟ । ସେ କ୍ଷେତ୍ର ରେ ତର୍ଜମା କରି ବିରାଟ ପରିବର୍ତନର ଆବଶ୍ୟକତା ହେଇପଡିଛି । ସୁସ୍ଥ ସମାଜରେ ବାସ କରିବା ସମସ୍ତଙ୍କର ଅଧିକାର ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଦରକାର ।

(କ୍ୱାଟର ନମ୍ବର-୧୧/୪, ୟୁନିଟ୍‌-୪, ଭୁବନେଶ୍ୱର  ମୋ-୯୯୩୭୭୩୪୪୬୧)

Comments are closed.