Latest Odisha News

BREAKING NEWS

ବଲାଙ୍ଗିରରେ ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ନିକଟ ପୁଡ଼ାପାଲି ଗ୍ରାମରେ ଜଣେ ନବଜାତ ଶିଶୁକୁ କିଛି ବୁଲା କୁକୁର ଝୁଣି ଖାଉଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନାନୁଯାୟୀ ନବଜାତକ ଶିଶୁଟି ରାସ୍ତାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିକ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି । ନବଜାତକ ଶିଶୁଟିକୁ ଜନ୍ମପରେ ତା’ ପିତାମାତା ବୁଧବାର ରାତିରେ ରାସ୍ତାରେ ଫୋପାଡି ଦେଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି ।

ଅପରପକ୍ଷରେ ନବଜାତକକର ମୃତ୍ୟୁ ଘଟିଥିବାବେଳେ ଶିଶୁଟିର ଅଣ୍ଟା ତଳକୁ କୁକୁର ଗୁଡିକ ଖାଇ ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.