Latest Odisha News

BREAKING NEWS

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲଙ୍କ ସମେତ ୩ ହେଭିୱେଟ୍ ନେତା

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଦଳର ୨ ବରିଷ୍ଠ ନେତା ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ହେଭିୱେଟ୍ ନେତାମାନେ ଏପ୍ରିଲ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ।

ଏହି ଅବସରରେ ରାହୁଲ ଓ ଦଳର ୨ ବରିଷ୍ଠ ନେତା ବାଲେଶ୍ୱରର ରେମୁଣା ବ୍ଲକ୍ ଅନ୍ତର୍ଗତ ନରସିଂହପୁରରେ ଆୟୋଜିତ ଏକ ଜନସଭାରେ ଯୋଗଦେବା ନେଇ ଦଳୀୟ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ସେହିଦିନ ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ସୁଷ୍ମିତା ଦେବ ଯାଜପୁର ଜିଲ୍ଲା କୋରେଇ ଓ ବାଲେଶ୍ୱରର ଜଳେଶ୍ୱରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିବେ । ସେହିପରି ଏଆଇସିସି ସମ୍ପାଦକ ଗୁଲାମ ନବୀ ଆଜାଦ ମଧ୍ୟ ଓଡିଶା ଗସ୍ତରେ ଆସି ଜଗତସିଂହପୁର ସହରରେ ଏକ ରୋଡ ଶୋ’ କରିବା ସହ ନୂଆଗାଁରେ ଏକ ଜନସଭାରେ ଉପସ୍ଥିତ ଜନତା ତଥା କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଅପରପକ୍ଷରେ ଏପ୍ରିଲ୍ ୨୭ ତାରିଖରେ ଛତିଶଗଡର ମନ୍ତ୍ରୀ ଟିଏସ୍ ସିଂହଦେଓ ଓ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରାଗିନୀ ନାୟକ ଓଡିଶା ଗସ୍ତରେ ଆସି କୁଜଙ୍ଗ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧୀତ କରିବେ ।

Leave A Reply

Your email address will not be published.