ଭୁବନେଶ୍ୱର: ଏବେ ସାବାଡ ହେବେ ଅମାନିଆ ଓ ମଦୁଆ ଡ୍ରାଇଭର । କାରଣ ଏମାନଙ୍କୁ ଧରିବାକୁ ଟ୍ବିନ ସିଟିରେ ଯୋରଦାର ହୋଇଛି ଚେକିଂ । ଉଭୟ ସହରର ଗଳି କନ୍ଦିରେ ଜଗି ରହିଛନ୍ତି ପୋଲିସ ଅଧିକାରୀ । ଯେଉଁମାନେ ଅମାନିଆ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବା ନିୟମକୁ ଯାହାର ଖାତିର ନାହିଁ ସେମାନଙ୍କ ଉପରେ କଡା ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ସେହିପରି ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ଧରୁଛି ପୋଲିସ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିଛି ଏବଂ ଗାଡିକୁ ସିଜ୍ ମଧ୍ୟ କରାଯାଇଛି ।
ଅନ୍ୟପେ, ରାଜଧାନୀରେ ଜଣେ ଡ୍ରାଇଭର ତାଙ୍କ କାରରେ କଳା ରଙ୍ଗର କାଚ ଲଗେଇଥିବାରୁ ପୋଲିସ ଗାଡି କାଚରୁ କଳା ରଙ୍ଗର ଜରି କାଢିବା ସହ ୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି । ସୂଚନା ମୁତାବକ ସୋମବାର ୧୯ଟି ଚାରି ଚକିଆ ସିଜ୍ କରାଯିବା ସହ ୯୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି ।
Comments are closed.