ପୁରୀ: ପଞ୍ଜିକା ସମନ୍ବୟ ନେଇ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିଥିଲେ। ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି।
ସେହିପରି ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି ବୋଲି କହିଲେ ମୁଖ୍ୟ ପ୍ରଶାସକ। ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହେଲେ। ଏନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ ତଥ୍ୟ ଦେବେନି। ରାଧାରମଣ, କୋହିନୂର, ଅରୁଣଦୋୟ ପଞ୍ଜିକା ପାଣ୍ଡୁଲିପି ମିଳିଛି। ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ ପଞ୍ଜିକା ପାଣ୍ଡୁଲିପି ମିଳିଛି।
ସହମତି ପରେ ଯଦି ବିଭ୍ରାନ୍ତିକର ତଥ୍ୟ ଦିଅନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି। ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Comments are closed.