ଭୁବନେଶ୍ବର: ରାଜ୍ୟର ସମସ୍ତ କଲେଜରୁ ହଟିବ ଜବରଦଖଲ । ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ରାଜ୍ୟର କଲେଜ ଗୁଡିକରେ ଜବର ଦଖଲ ନେଇ ମନ୍ତ୍ରୀ କହିଛନ୍ତି ଯେ, ନିକଟରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ କେତେକ ଲୋକ ଜବରଦଖଲ କରିଥିଲେ । ଆମ ସରକାର ଆସିବା ପରେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରାଯାଇଛି । ଆଗକୁ ଯେପରି ଏଭଳି ପରସ୍ଥିତି ଆଉ କେଉଁ କଲେଜରେ ନ ଉପୁଜେ ସେନେଇ ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି । ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଉଛନ୍ତି ଉଭୟ ଶାସକ ଓ ବିରୋଧୀ ।
Comments are closed.