Latest Odisha News

BREAKING NEWS

ଦ୍ୱିତୀୟ ପେସ ବୋଲର ଭାବେ ୬୦୦ ଟେଷ୍ଟ ୱିକେଟ ହାସଲ କଲେ ବ୍ରଡ

ଲଣ୍ଡନ: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ପେସ ବୋଲର ଷ୍ଟୁଆର୍ଟ ବ୍ରଡ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଦ୍ୱିତୀୟ ପେସ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ ହାସଲ କରିଛନ୍ତି । ୧୧୬ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ ପ୍ରଥମ ପେସ ବୋଲର ଭାବେ ଏହି କୀର୍ତିମାନ କରିଥିଲେ । ସେ ୬୮୮ ୱିକେଟ ହାସଲ କରିଛନ୍ତି । ତେବେ ଆନ୍ତର୍ଜାତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ ୱିକେଟ ହାସଲରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥୟା ମୁରଲୀଧରନ ରହିଛନ୍ତି । ସେ ୮୦୦ ୱିକେଟ ନେଇଛନ୍ତି । ତାଙ୍କ ପଛକୁ ଶେନ ୱାର୍ଣ୍ଣେ (୭୯୮) ରହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ୪ର୍ଥ ଟେଷ୍ଟର ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ତାଜା ଖବର ହସ୍ତଗତ ହେଲା ବେଳକୁ ୭ ୱିକେଟ ବିନିମୟରେ ୨୬୮ ରନ ସଂଗ୍ରହ କରିଛି । ବ୍ରଡ ୨ଟି ଓ କ୍ରିସ ୱକସ ୩ଟି ୱିକେଟ ନେଇଛନ୍ତି ।

Leave A Reply

Your email address will not be published.