Latest Odisha News

BREAKING NEWS

ଏଠି ୨୪ ଘଣ୍ଟା ପାଇଁ ହୁଏ ବିବାହ, କାରଣ କ’ଣ ଜାଣନ୍ତୁ

ଚୀନ: କୁହାଯାଏ, ବିବାହ ହେଉଛି ସାତ ଜନ୍ମର ସମ୍ପର୍କ । ଥରେ ବିବାହ ବନ୍ଧନରେ ବାନ୍ଧିହେଲେ ସାରାଜୀବନ ସାଥୀ ହୋଇ ରହିବାର ଶପଥ ନିଅନ୍ତି ଦମ୍ପତ୍ତି । କିନ୍ତୁ ଚୀନ୍‌ରେ ମାତ୍ର କିଛି ଘଣ୍ଟା ପାଇଁ ହୁଏ ବିବାହ । ଏଥିଲାଗି ପୁରୁଷକୁ ଦେବାକୁ ପଡ଼େ ମୋଟା ଅଙ୍କର ଅର୍ଥ । ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଚୀନ୍‌ର ଲୋକମାନେ ଏତେ ଗରିବ ଯେ, ସେମାନେ ଝିଅର ବିବାହ ସମୟରେ ଯୌତୁକ ଦେବା ପାଇଁ ସକ୍ଷମ ହୋଇ ନ ଥାନ୍ତି । ତେଣୁ ସେମାନେ ବିବାହ କରନ୍ତି ନାହିଁ । ଏପରି ପରିସ୍ଥିତିରେ ସେମାନେ ଏକ ବିଶେଷ ପ୍ରକାରର ବିବାହ କରନ୍ତି, ଯାହା ମାଧ୍ୟମରେ ସେମାନଙ୍କୁ କେବଳ ବିବାହିତ ବୋଲି ବିବେଚନା କରାଯାଏ ।

ଚୀନର ହୁବେଇ ପ୍ରଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ବିବାହର ଧାରା ପୁରା ସ୍ୱତନ୍ତ୍ର । ଏଠାରେ ଗୋଟିଏ ଦିନ ଅର୍ଥାତ୍ ୨୪ ଘଣ୍ଟା ପାଇଁ ବିବାହ କରନ୍ତି ଯୁବକଯୁବତୀ । ଏଠାରେ ଯେଉଁ ପୁଅମାନେ ନିଜର ଆର୍ଥିକ ଅବସ୍ଥାକୁ ନେଇ ବିବାହ କରି ପାରନ୍ତି ନାହିଁ, ମୃତ୍ୟୁ ପୂର୍ବରୁ ଏପରି ଗୋଟିଏ ଦିନ ପାଇଁ ବିବାହ କରିଥାନ୍ତି । ଗତ ୬ ବର୍ଷ ମଧ୍ୟରେ ଏହି ଧାରା ଅହେତୁକ ଭାବେ ବୃଦ୍ଧି ପାଇଛି । ଏପରି ବିବାହ କରିଥିବା ଜଣେ ବ୍ୟକ୍ତି କୁହନ୍ତି, ତାଙ୍କର ଅନେକ ବୃତ୍ତିଗତ ବର ଅଛନ୍ତି, ଯେଉଁମାନେ ୪୦,୦୦୦ ଟଙ୍କାରେ ବିବାହ କରନ୍ତି ।

ଏଠାକାର ଲୋକଙ୍କ ବିଶ୍ୱାସ ଯେ, ଜଣେ ବ୍ୟକ୍ତି ଯଦି ବିବାହିତ ତେବେ ତାଙ୍କ ମୃତ୍ୟୁ ପରେ ପରିବାର କବରରେ ସମାଧି ଦିଆଯିବ ।

Leave A Reply

Your email address will not be published.