Latest Odisha News

BREAKING NEWS

ମିଳିଲା ପ୍ରତିଶ୍ରୁତି ଓହରିଲେ ଛାତ୍ରଛାତ୍ରୀ, ସହପାଠୀର ମୃତ୍ୟୁ ପରେ ଦେଇଥିଲେ ଧାରଣା

ଅନୁଗୁଳ: ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଓ ୧୪୯ ନମ୍ବର ଜାତୀୟ ରାଜପଥର ବଅଁରପାଳ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚାଲିଥିବା ରାସ୍ତାରୋକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବିତ ରାତିରେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି।

ଶୁକ୍ରବାର ସ୍ଥାନୀୟ ଲୋକଙ୍କ ସମର୍ଥନରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ବଅଁରପାଳ ଠାରେ ଟ୍ରାଫିକ୍ ଅବରୋଧ କରିଥିଲେ। ଜାତୀୟ ରାଜପଥ-୫୫ର ତୁରନ୍ତ ମରାମତି ଓ ସ୍କୁଲ ସମୟରେ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଦାବିରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିବାରୁ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମ ବିଫଳ ହୋଇଥିଲା।

ଅନୁଗୁଳ ଏଡିଏମ୍, ବଅଁରପାଳ ଆଇଆଇସି ନିରୁପମା ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ରାସ୍ତାରୋକ ପ୍ରତ୍ୟାହାର କରିବାକୁ ଉଦ୍ୟମ କରିଥିଲେ। ଅନୁଗୁଳ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ରାସ୍ତା ଅବରୋଧ ଯୋଗୁ ଜାତୀୟ ରାଜପଥ-୧୪୯ର ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଗୁରୁବାର ବଅଁରପାଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ମୃତ୍ୟୁ ଘଟିଥିଲା। ସେ ସ୍କୁଲ ସାରି ଗାଁରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରଲର ଧକ୍କାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.