Latest Odisha News

BREAKING NEWS

୧୧ ଅକ୍ଟୋବରରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଅକ୍ଟୋବର ମାସ ୧୧ ତାରିଖରେ ଅନୁଷ୍ଠିତ ହେବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ । ଏହି ନିର୍ବାଚନ ପ୍ରକ୍ରିୟା ନେଇ ଶୁକ୍ରବାର ଦିନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ଶୁକ୍ରବାର ଦିନ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ନିର୍ବାଚନ ପ୍ରକ୍ରିୟା ସଂକ୍ରାନ୍ତରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ନୋଟିସ ଜାରି କରାଯିବ ।

ଏହି ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପ୍ରାର୍ଥୀମାନେ ୩ ତାରିଖରେ ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ସେହିପରି ୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।

ଅକ୍ଟୋବର ୧୦ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ଏବଂ ୧୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ ।

ତେବେ ଶପଥଗ୍ରହଣ ଉତ୍ସବ ୧୨ ତାରିଖରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.