ବ୍ୟୁରୋ: ଏଚଆଇଭି ଭାଇରସକୁ ମୂଳରୁ ଦମନ କରିବାର ନୂଆ ଅଧ୍ୟୟନ ସାମ୍ନାକୁ ଆସିଛିା ଏଣିକି ବଟିକା ନୁହେଁ ଏଚଆଇଭି ଇଂଜେକ୍ସନ ଭାଇରସକୁ ମୂଳୋତ୍ପାଟନ କରିବାରେ ହେବ ରାମ ବାଣ । ଦ ଲାନସେଟ୍ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଇଂଜେକ୍ସନ ନେଉଥିବା ଗୋଟେ ପ୍ରତିଶତ ଲୋକଙ୍କ ମଧ୍ୟରେ ୯୬ ସପ୍ତାହ ଯାଏ ଭାଇରସ୍ ଦେଖାଯାଇନଥାଏ । ତାପରେ ପୁଣି ଭାଇରସ୍ ଜଣାପଡେ । ସେପଟେ କିନ୍ତୁ ବଟିକା ଖାଉଥିବା ୧୫ ଲୋକଙ୍କ ଶରୀରରେ ୬ପ୍ରତିଶତ ଭାଇରସ୍ ମିଳିଥାଏ । ଏକ ଆଫ୍ରିକୀୟ କ୍ଲିନିକାଲ ପରୀକ୍ଷଣରେ କିଶୋରମାନଙ୍କ ମଧ୍ୟରେ ପ୍ରତିଦିନ ଟାବଲେଟ୍ ଅପେକ୍ଷା ୮ ସପ୍ତାହରେ ଏଚଆଇଭି ଇଂଜେକ୍ସନ ଭାଇରସକୁ ଦମନ କରିବାରେ ସଫଳ ହୋଇଥିଲା । ସେପଟେ ୟୁରେକା ଆଲର୍ଟ ପ୍ରକାଶିତ ଅଧ୍ୟୟନରେ ୟୁନିଭର୍ସିଟି କଲେଜ ଲଣ୍ଡନର ଗବେଷକଙ୍କ ନେତୃତ୍ୱରେ ଏକ ଟିମ୍ ଏହା ଉପରେ ଅଧ୍ୟୟନ କରିଛି । ସେଥିରୁ ଜଣାପଡୁଛି ଯେ, ଏଚଆଇଭି ସଂକ୍ରମିତ ଯୁବକମାନେ ପ୍ରତିଦିନ ଆଣ୍ଟିରେଟ୍ରୋଭାଇରାଲ ଟାବଲେଟ୍ ଅପେକ୍ଷା ପ୍ରତି ୮ ସପ୍ତାହରେ ଇଂଜେକ୍ସନ ନେଇ ଚିକିତ୍ସାକୁ ଭଲରେ ପରିଚାଳନା କରିପାରିବେ । ସେପଟେ ଲାଟା ପରୀକ୍ଷଣରେ କେନିଆ, ଦକ୍ଷିଣଆଫ୍ରିକା, ଉଗାଣ୍ଡା ଓ ଜିମ୍ବାବେର ୫ଟି କ୍ଲିନିକରୁ ୧୨ରୁ ୧୯ ବର୍ଷୀୟ ବୟସ୍କ ୪୭୬ଜଣ ଯୁବକ-ଯୁବତୀଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗୋଷ୍ଠୀ ବଟିକା ନେଉଥିବା ବେଳେ ଅନ୍ୟ ଗୋଷ୍ଠୀଙ୍କୁ “କ୍ୟାବୋଟେଗ୍ରାଭିର୍ ” ଓ “ ରିଲପିଭିରିନ୍ ” ନାମକ ଦୁଇଟି ଇଂଜେକ୍ସନ ଦିଆଯାଉଥିଲା । ପ୍ରାୟ ବର୍ଷେ ଧରି ବଟିକା ମାଧ୍ୟମରେ ଚିକିତ୍ସିତ ହୋଇ ଭାଇରସ୍ ପୁରା ନିୟନ୍ତ୍ରଣରେ ଥିଲା । ସେପଟେ ଇଂଜେକ୍ସନ ନେଇଥିବା ଗୋଷ୍ଠୀ ବଟିକା ଅପେକ୍ଷା ପ୍ରତି ୮ ସପ୍ତାହରେ ଇଂଜେକ୍ସନ ଚିକିତ୍ସା ନେବା ବହୁତ ସହଜ ଥିଲା ବୋଲି କହିଥିଲେ । ତେବେ ସାଧାରଣ ବଟିକା ତୁଳନାରେ ଏହି ବଟିକା ଅଧିକ ମୂଲ୍ୟ ବହନ କରେ । ବଟିକା ଅପେକ୍ଷା ଇକେକ୍ସନ ବି ଆହୁରି ମହଙ୍ଗା । କାରଣ ହେଉଛି ଏହାର ଉତ୍ପାଦନ, ସଂରକ୍ଷଣ ଏବଂ ଯୋଗାଣ । ବଟିକା ଚିକିତ୍ସା ନେଉଥିବା ବ୍ୟକ୍ତି ୩କିମ୍ବା ୬ ମାସରେ ବଟିକା ନିଅନ୍ତି । ଇଂଜେକ୍ସନ ନେବାର ବ୍ୟବଧାନ ୮ ମାସ । ହେଲେ ବତ୍ତ ର୍ମାନ ସୁଦ୍ଧା ଇଂଜେକ୍ସନ ନେଇ କୌଣସି ଚୁକ୍ତିନାମା ହୋଇନାହିଁ । ବଟିକା ନେଉଥିବା ସଂକ୍ରମିତ ବ୍ୟକ୍ତି ବଟିକା ଖାଇ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଥିବା ବେଳେ ଇଂଜେକ୍ସନ ବୟସ୍କ ଓ କିଶୋରଙ୍କ ପାଇଁ ଏକ ବିକଳ୍ପ ଭାବେ ସୁପାରିଶ କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଅଧ୍ୟୟନରେ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ୍, ରାଡବଉଡ ୟୁନିଭର୍ସିଟି ମେଡିକାଲ ସେଂଟର ଓ ୟର୍କ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ , ଔଷଧ ବିଜ୍ଞାନ ଓ ସ୍ୱାସ୍ଥ୍ୟ ଅର୍ଥନୈତିକ ଗବେଷକମାନେ ସାମିଲ ଥିଲେ ।
BREAKING NEWS
- ରାଜଧାନୀର ଏକାଧିକ ମେଡିସିନ୍ ଦୋକାନରେ ଯାଞ୍ଚ, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍
- ପଂଜାବର ଔଷଧ ଦୋକାନରେ ବେଆଇନ ନିଶା କାରବାର, ବଚସାରୁ ସାମାଜିକ କର୍ମୀକୁ ଗୁଳି
- Father’s Property: କ’ଣ ବାପାଙ୍କ ଅନ୍ତେ ବଡ ପୁଅ ଭାଗକୁ ଯିବ ଅଧିକ ସମ୍ପତ୍ତି? କ’ଣ କହୁଛି ନିୟମ…
- ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ
- NPCIର ବଡ଼ ନିଷ୍ପତ୍ତି, ଦୀପାବଳି ପରଠୁ ଲାଗୁ ହେବ ୟୁପିଆଇ ଚାର୍ଜ…
- VIROSH: ଭିଡ଼ ଭିତରେ ପତ୍ନୀଙ୍କୁ ଏମିତି ବାଟ କଢେଇଲେ ବିଜୟ, ଲାଜେଇ ଗଲେ ରଶ୍ମିକା…ତିରୁମାଲା ମନ୍ଦିରରୁ ଭାଇରାଲ୍ ହେଲା ବିରୋଶଙ୍କ ଭିଡିଓ!
- ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି
- ଦିଲ୍ଲୀର ନୂଆ ପ୍ରତିବାଦ ସ୍ଥାନ ରାମଲୀଳା ମୈଦାନ; ଦିନକୁ ଭଡ଼ା ୧.୨୧ ଲକ୍ଷ..
- MKCG ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ
- PM’s New Development Vision: ବ୍ଲୁମ୍ବର୍ଗ ଫୋରମ୍ରେ ମୋଦୀଙ୍କ ବଡ଼ ବାର୍ତ୍ତା, ବିଶ୍ୱକୁ ଦେଖାଇଲେ ବିକାଶର ନୂଆ ରାସ୍ତା!

Comments are closed.