Latest Odisha News

BREAKING NEWS

ମଦ ନିଶାରେ ରାସ୍ତାରେ ହାଇଡ୍ରାମା କରି ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଳ

ମଧ୍ୟପ୍ରଦେଶ : ମଦ ପିଇବା କନେଷ୍ଟବଳଙ୍କୁ ପଡ଼ିଲା ମହଙ୍ଗା  । ମଦ ପିଇ ନିଜର ହିତାହତ ଜ୍ଞାନ ଭୁଲିଗଲେ ଏହି ପୋଲିସ କର୍ମଚାରୀ । ରାସ୍ତା ମଝିରେ ସାର୍ଟ ପ୍ୟାଣ୍ଟ ଖୋଲି ଲୋକଙ୍କ ଉପରକୁ ଫୋପାଡ଼ିଲେ । ଏହି ଘଟଣାର ଭିଡିଓ ହେଲା ଭାଇରାଲ୍ । ମଧ୍ୟପ୍ରଦେଶ ହାରଦା ଜିଲ୍ଲା ଥାନାରେ କାମ କରୁଥିବା ଜଣେ କନେଷ୍ଟବଳ ଏଭଳି କାଣ୍ଡ ଭିଆଇଛନ୍ତି ।

ସୂଚନା ଅନୁଯାୟୀ, ହାରଦା ଜିଲ୍ଲା ଥାନାରେ କାମ କରୁଥିବା କନେଷ୍ଟବଳ ସୁଶୀଲ ମାଣ୍ଡବୀ । ସେ କିଛି ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜର ସାର୍ଟ ପ୍ୟାଣ୍ଟ ଖୋଲି ଦେଇଥିଲେ । ଏହି ଯୁକ୍ତିତର୍କ ଚାଲିବାରୁ ଲୋକମାନେ ସେଠାରେ ଭିଡ଼ ଜମାଇଥିଲେ । ଆଉ କନେଷ୍ଟବଳଙ୍କ ସମସ୍ତ କାଣ୍ଡକୁ କିଛି ଲୋକ ଭିଡିଓ କରି ଭାଇରାଲ୍‌ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଏହାପୂର୍ବରୁ ମଧ୍ୟ ସୁଶୀଲ ମଦ ନିଶାରେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେତେବେଳେ ତାଙ୍କର କାଉନସିଲିଂ ମଧ୍ୟ କରାଯାଇଥିଲା। ହେଲେ ଏବେ ସେ ପୁଣିଥରେ ମଦ ପିଇ ରାସ୍ତାରେ ଏଭଳି କାଣ୍ଡ ଘଟାଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ହାରଦା ଏସ୍‌ପି ମନୀଷ କୁମାର ଅଗ୍ରୱାଲ ତାଙ୍କୁ ନିଳମ୍ବିତ କରିଛନ୍ତି

 

Leave A Reply

Your email address will not be published.