ମୁମ୍ବାଇ: ଯେତିକି ଚର୍ଚ୍ଚାରେ ଅପକମିଂ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନର କାହାଣୀ ସେତିକି ଖବରରେ ରହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।ସବୁବେଳେ ଭିନ୍ନ ଭିନ୍ନ ସ୍ୱ।ଦର କାହାଣୀ ସହ ପରଦାକୁ ଆସୁଥିବା ଆୟୁଷ୍ମାନ ଏଥରକ ମଧ୍ୟ କିଛି ନୂଆ ମନୋରଞ୍ଜନ ଖୋରାକ ଦେବେ । ଏବେ ଆସିଛି ଫିଲ୍ମର ଆଉ ଏକ ନୂଆ ଗୀତ । ଗୀତର ଟାଇଟେଲ ରହିଛି ‘ମେରେ ଲିୟେ ତୁମ କାଫି ହୋ’ । ତନିସ୍କ-ବାୟୁଙ୍କ ଗୀତରେ ଆୟୁଷ୍ମାନ ଖୁରାନା କଣ୍ଠଦାନ କରିଛନ୍ତି ।
ସମଲିଙ୍ଗୀ କାର୍ତିକ ଅରମାନଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଶୁଭମଙ୍ଗଲ ଜ୍ୟାଦା ସାବଧାନ । ସମାଜର ବିରୋଧ ସତ୍ୱେ ଏମାନେ କିଭଳି ନିଜ ପ୍ରେମ ପାଇଁ ଲଢନ୍ତି?କେଉଁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି । ସେସବୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । କାହାଣୀକୁ ଆଖି ଆଗରେ ରଖି ଏହି ରୋମାଟିଂକ ଗୀତ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାରଙ୍କ ରୋମାନ୍ସକୁ ସ୍ଥାନ ଦିଆଯାଇଛି ।
ହିତେଶ କୈବଲ୍ୟ ଫିଲ୍ମର ନିର୍ଦ୍ଦେଶନା ଦେବା ସହ କାହାଣୀ ମଧ୍ୟ ଲେଖିଛନ୍ତି ।ଭୁଷଣ କୁମାର,କ୍ରିଷ୍ଣା କୁମାର,ହିମାଂଶୁ ଶର୍ମା ଓ ଆନନ୍ଦ ଏଲ ରୟଙ୍କ ମିଳିତ ପ୍ରଯୋଜନାର ପ୍ରସ୍ତୁତ ହୋଇଛି ଏହି କମେଡି ଡ୍ରାମା ସିନେମା ।ମୁଖ୍ୟ ଭୁମିକାରେ ଆୟୁଷ୍ମାନ ଖୁରାନା,ଜିତେନ୍ଦ୍ର କୁମାର, ନୀନା ଗୁପ୍ତା,ଗଜରାଜ ରାଓ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.