Latest Odisha News

BREAKING NEWS

ଜରୁରୀକାଳୀନ ବ୍ୟବହାର ପାଇଁ ଦେଶରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଅନ୍ୟ ଏକ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିପାରେ। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଦେଶରେ ରୁଷିଆ ଟିକା ‘ସ୍ପୁଟନିକ୍‌ ଭି’ର ଟିକାକରଣର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବା ପାଇଁ  SEC ଏକ ଗୁରୁତ୍ୱପୂର୍ଣ୍ଣ ବ‌ୈଠକ କରିବାକୁ ଯାଉଛି।

ଅଧିକାରୀଙ୍କ କହିବାନୁସାରେ, ଆଜି ହେବାକୁ ଥିବା ବିଷୟବସ୍ତୁ ବିଶେଷଜ୍ଞ କମିଟି SEC ବୈଠକରେ ରୁଷର ସ୍ପୁଟନିକ୍ ଭି କରୋନା ଟିକା ର ଜରୁରୀକାଳୀନ ବ୍ୟବହାରର ଅନୁମୋଦନ ପାଇଁ ଡ. ରେଡ୍ଡୀଙ୍କ ଆବେଦନ ଉପରେ ଆଲୋଚନା ହେବ। ଏହା ପରେ ଟିକା ବ୍ୟବହାର ବିଷୟରେ ଏକ ବଡ ନିଷ୍ପତ୍ତି ଆସିପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.