Latest Odisha News

ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଜୁନ୍ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ନିର୍ଣ୍ଣାୟକ ମାସ ହେବ । ପ୍ରବାସୀଙ୍କ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି କି ନାହିଁ ୧୫ ଦିନରେ ଜଣାପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି ।  ଦୀର୍ଘ ଦିନର ବିରତି ପରେ କରୋନା ସମ୍ପର୍କିତ ଏଭଳି ଅପ୍‌ଡେଟ୍ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।

ସେ କହିଛନ୍ତି, ଆଗକୁ ସ୍ଥିତି ସଂଗୀନ ହେବାର ଆଶଙ୍କା ରହିଛି । ଜୁନ ମାସରେ କରୋନା ସ।।ଘାତିକ ରୂପ ଧାରଣ କରିପାରେ । ତେଣୁ ରାଜ୍ୟବାସୀଙ୍କୁ ଆହୁରି ସତର୍କ ହେବାକୁ ପଡିବ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କିଛି ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଥିଲେ । ଏବେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ଚାଲିଛି, ଯାହା ବହୁତ ସମ୍ବେଦନଶୀଳ । ଏବେ ଜୀବନ ଓ ଜୀବିକା କଥା ସାମ୍ନାକୁ ଆସିଛି । ଜୀବନ ଓ ଜୀବିକାର ଦ୍ୱନ୍ଦ୍ୱକୁ ବାସ୍ତବବାଦୀ ହୋଇ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.