Latest Odisha News

ନଦୀକୁ ଡେଇଁ ଗର୍ଭଣୀ ହରିଣୀକୁ ବଂଚାଇଲେ ଭାରତୀୟ ସେନାର ଯବାନ

ଗୌହାଟୀ:ମାନବିକତାର ପ୍ରକୃତ ପରିଚୟ ଦେଇଛନ୍ତି ଭାରତୀୟ ସେନାର କେତେକ ଯବାନ । କେରଳର ହାତୀ ମୃତ୍ୟୁ ଘଟଣା ପରେ ମାନବିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅରୁଣାଚଳ ପ୍ରଦେଶରେ ଏକ ଗର୍ଭବତୀ ହରିଣୀ ଜିଡିଙ୍ଗ ଖୋ ନଦୀରେ ଭାସି ଯାଉଥିଲା । ଏହା ଦେଖି ପାଖରେ ଡ୍ୟୁଟି କରୁଥିବା ଭାରତୀୟ ସେନାର ଦୁଇ ଯବାନ ପାଣି ଡେଇଁ ପଡିଥିଲେ । ବହୁ କଷ୍ଟରେ ସେମାନେ ହରିଣକୁ ବଂଚାଇବାରେ ସଫଳ ହୋଇଥିଲେ । ପଶୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିଣୀର ପ୍ରାଥମିକ ଉପଚାର କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଇଗଲ୍ସ ନେଷ୍ଟ ୱାଇଲ୍ଡଲାଇଫ ଅଭୟରଣ୍ୟରେ ହରିଣୀଟିକୁ ଛଡା ଯାଇଥିଲା ।

ସବୁଠାରୁ ବଡ କଥା ହେଲା ବାର୍କିଂ ଡିୟର ନାମକ ଏହି ପଶୁ ଏବେ ଲୋପ ହେବା ସ୍ଥିତିକୁ ଆସି ଯାଇଛି । ହରିଣୀଟିକୁ ବଂଚାଇବା ନେଇ ବିଭିନ୍ନ ମହଲରେ ଯବାନମାନଙ୍କୁ ପ୍ରଶଂସା କରାଯାଉଛି । ଏହା ଦ୍ୱାରା ନିରୀହ ହାତୀକୁ ହତ୍ୟା କରିଥିବା ବ୍ୟକ୍ତିମାନେ କିଛି ଶିକ୍ଷାଲାଭ କରିଥିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.