Latest Odisha News

BREAKING NEWS

ବାଲୁକା କଳା ମାଧ୍ୟମରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ କାମନା କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ ଏବେ ଦୁରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ସାରା ବିଶ୍ଵ ବାସୀ । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଏକ ବାଲୁକା ଚିତ୍ରକଳା କରି ସୁଦର୍ଶନ ଗେଟ୍ ୱେଲ ସୁନ୍ ର ବାର୍ତ୍ତା ଦେଇଛନ୍ତି । ପୂରୀ ବେଳାଭୁମି ର ନିଳାଦ୍ରୀ ବିଚ୍ ରେ ୭ ଫୁଟ୍ ଉଚ୍ଚତାର ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଯେଉଁଥିରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ପ୍ରତିକୃତିକୁ ଅତି ନିଖୁଣ ଭାବେ ଚିତ୍ର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନେକ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ ମଧ୍ୟ ସୋସିଆଲ ମିଡ଼ିଆ ଏକ୍ସ ରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଆରୋଗ୍ୟ କାମନା କରି ବାର୍ତା ଦେଇଛନ୍ତି ।

Leave A Reply

Your email address will not be published.