Latest Odisha News

BREAKING NEWS

ଧଳାଜହର କାରବାର ବେଳେ ୨ ଗିରଫ, ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ

ପୁରୀ: ପୁରୀରେ ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ । ଆଜି ସମୁଦ୍ରକୂଳ ଥାନା ପୋଲିସ ୫୨୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର ଶୁଭମ ପଟ୍ଟନାୟକ ।

ଖବର ମୁତାବକ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ତାଳବଣିଆ ହେଲିପ୍ୟାଡ୍ ନିକଟରେ ଚଢ଼ାଉ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୦ ଲକ୍ଷ ୨୦ ହଜାର ଟଙ୍କା ହେବ ।

ତେବେ ଘଟଣାସ୍ଥଳରୁ କ୍ରେତା ଜଣକ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ପୁରୀ ସହରରେ ନିଶା ବେପାରୀଙ୍କ ଉପରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରୀ ରହିବ । ପୁରୀ ସହରକୁ ଧଳା ଜହର ମୁକ୍ତ କରିବା ପାଇଁ ଏହି କାରବାରରେ ସଂପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଏହାର ମୂଳ ପର୍ଯ୍ୟନ୍ତ ପୋଲିସ ଯିବ ବୋଲି ଏସପି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.