Latest Odisha News

BREAKING NEWS

ଏସିଆନ ଗେମ୍ସ: ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସରେ ଫୁଟବଲ ୨୩ ବର୍ଷରୁ କମ ଟିମକୁ ନେଇ ଆୟୋଜିତ ହେବ । କେବଳ ୩ଜଣ ସିନିୟର ଖେଳାଳିଙ୍କୁ ଟିମରେ ସୁଯୋଗ ମିଳିବ । ପୂର୍ବରୁ ସମ୍ଭାବ୍ୟ ଦଳରେ ୩ଜଣ ସିନିୟରଙ୍କୁ ସୁଯୋଗ ଦିଆଯାଇଥିଲେ ମଧ୍ୟ ଚୂଡାନ୍ତ ଟିମରେ ସୁନୀଲ ସ୍ଥାନ ପାଇଛନ୍ତି । ୨୩ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି । ୫ଟି ଗ୍ରୁପରେ ୪ଜଣ ଏବଂ ଗୋଟିଏ ଗ୍ରୁପରେ ୩ଟି ଟିମ ରହିଛନ୍ତି । ଭାରତ ଗ୍ରୁପ ଏରେ ଆୟୋଜକ ଚୀନ, ବାଂଲାଦେଶ ଓ ମ୍ୟାନମାର ସହିତ ରହିଛି । ୧୯୭୦ ପରଠାରୁ ଏସିଆନ ଗେମ୍ସରେ ଭାରତ ପଦକ ଜିତି ପାରି ନାହିଁ ।

BjdElectrycity

ଭାରତୀୟ ଟିମ: ସୁନୀଲ ଛେତ୍ରୀ (ଅଧିନାୟକ), ଗୁରମୀତ ସିଂ, ଧୀରଜ ସିଂ, ସୁମିତ ରାଠୀ, ନରେନ୍ଦ୍ର ଗୋହଲତ, ଅମରଜିତ ସିଂ କିୟାମ, ସାମୁଏଲ ଜେମ୍ସ, ରାହୁଲ କେପି, ଅବଦୁଲ ରବୀହ, ଆୟୁଷ ଦେବୀ ଛେତ୍ରୀ, ବ୍ରାୟସ ମିରାଣ୍ଡା, ଅଜଫର ନୂରାନୀ, ରହୀମ ଅଲି, ବିିସି ବରେଟା, ରୋହିତ ଦାନୁ, ଗୁରକୀରଟ ସିଂ ଓ ଅନିକେତ ଯାଦବ ।

Leave A Reply

Your email address will not be published.