ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଭାଗିତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ ହୋଇଯାଇଛି ।
ଅନ୍ତିମ ସନ୍ଧ୍ୟାରେ ସଂଗୀତା ଚାମୁହୁ ବରଗୀତ ଓ ଆସାମର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ରାଗ ଶ୍ୟାମ କଲ୍ୟାଣ ଏବଂ ରାଗ ଗୌରୀ ସହିତ ଆସାମର ଲୋକ ସଙ୍ଗୀତ ମଧ୍ୟ ସେ ପରିବେଷଣ କରିଥିଲେ। ତାଙ୍କ ସହ ବଂଶୀ ବାଦନରେ ଶ୍ରୀନିବାସ ଶତପଥୀ, ଗିଟାରରେ ଭବତୋଷ ମହାନ୍ତି , ତବଲାରେ ତାପସ ପଲ , ଢୋଲକ ରେ ରବି ନାରାୟଣ ବାରିକ ଓ ପର୍କ୍ୟୁସନରେ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ।
ସନ୍ଧ୍ୟାର ଶେଷ ଉପସ୍ଥାପନାରେ ପଣ୍ଡିତ ସଞ୍ଜୀବ ଅଭୟଙ୍କର ଅଭଙ୍ଗ ରଙ୍ଗ ପରିବେଷଣ କରିଥିଲେ। ଅଭଙ୍ଗ ଭଗବାନ ଭିଟ୍ଟଲାଙ୍କ ପାଖରେ ଗାନ କରାଯାଏ। ଏହାର ଆକ୍ଷରିକ ଅର୍ଥ ନିଖୁଣ ଏବଂ ନିରବଚ୍ଛିନ୍ନ କବିତା ପରିବେଷଣ । ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ଉଦଯାପନୀ ସନ୍ଧ୍ୟାରେ ଗୋକୁଳ ଚନ୍ଦ୍ର ପତି, ତବଲା ବାଦକ ଉମେଶ ଚନ୍ଦ୍ର କର, ଅରବିନ୍ଦ ବେହେରା ଓ କ୍ଷୀରୋଦ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡକ୍ଟର ସଂଗୀତା ଗୋସାଇଁ ଓ ଡକ୍ଟର ଆଦ୍ୟାଶା ଦାସ ସଞ୍ଚାଳନା କରିଥିଲେ।
Comments are closed.