Latest Odisha News

BREAKING NEWS

ଠକ ସୁକେଶ ଆପ ନେତା ସତ୍ୟେନ୍ଦ୍ରଙ୍କୁ ଦେଇଥିଲେ ୧୦କୋଟି ଟଙ୍କା

ନୂଆଦିଲ୍ଲୀ: ଅର୍ଥ ହେରପେର ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ସୁକେଶ ଚନ୍ଦ୍ରଶେଖର ଆଜି ଚାଂଚଲ୍ୟକର ଖୁଲାସା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜେନା ସୁରକ୍ଷା ଏବଂ ସୁବିଧା ସୁଯୋଗ ଦେବା ପାଇଁ ତାଙ୍କ ଠାରୁ ୧୦କୋଟି ଟଙ୍କା ନେଇଥିଲେ । ସୁକେଶ ଏ ସମ୍ପର୍କରେ ଦିଲ୍ଲୀ ଏଲଜିକୁ ଚିଠି ଲେଖି ଜଣାଇଛନ୍ତି । ପୂର୍ବରୁ ୨/୩ଟି ଦୁର୍ନୀତି ଅଭିଯୋଗରେ ଫସିଥିବା ଆପର ଅଡୁଆ ଏଥି ସହ ଆହୁରି ବୃଦ୍ଧି ପାଇଛି । ଆପ ଦକ୍ଷିଣ ଭାରତରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଯୋଗାଇଦେବ କହି ତାଙ୍କଠାରୁ ୫୦ କୋଟି ଟଙ୍କା ନେଇଛି ବୋଲି ସୁକେଶ କହିଛନ୍ତି । ୨୦୧୫ରୁ ମୁଁ ସତ୍ୟେନ୍ଦ୍ରଙ୍କୁ ଜାଣିଥିଲି ।

୨୦୧୭ରେ ଗିରଫ ହେବା ପରେ ମୋତେ ତିହାର ଜେଲରେ ରଖାଯାଇଥିଲା ।  ସେ ସମୟରେ ସତ୍ୟେନ୍ଦ୍ର ମୋ ପାଖକୁ ଅନେକ ଥର ଆସିଥିଲେ । ତାଙ୍କ ସଚିବ କହିଥିଲେ ଜେଲରେ ସୁରକ୍ଷା ପାଇଁ ୨କୋଟି ଟଙ୍କା ଦେବାକୁ ପଡିବ । ଏହାକୁ ନେଇ ବିଜେପି ନେତା ସମ୍ବିତ ପାତ୍ର ଟୁଇଟ କରିଛନ୍ତି ଯେ, ଏହା ନିଶ୍ଚିତ ଭାବେ ଏକ ବଡ ପ୍ରସଙ୍ଗ । କଟ୍ଟର ଇମାନଦାର ଆପ ଏବେ ହାର୍ଡକୋର ଦୁର୍ନୀତି ଦଳ ପାଲଟିଛି ।

Leave A Reply

Your email address will not be published.