କରାଚୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ସମାପ୍ତି ପରେ ପାକିସ୍ତାନର ସମସ୍ତ ଆଥଲେଟ ସ୍ୱଦେଶ ଫେରିଥିବା ବେଳେ ୨ଜଣ ନିଖୋଜ ଅଛନ୍ତି । ଏହି ୨ ବକ୍ସରଙ୍କ ନାମ ହେଲା ସୁଲେମାନ ବଲୋଚ ଓ ନଜୀରଉଲ୍ଲା । ଏମାନେ ୟୁରୋପରେ ଲୁଚି କରି ରହିଥିବା ଅନୁମାନ କରାଯାଉଛି । ପାକିସ୍ତାନ ବକ୍ସିଂ ଫେଡେରେଶନ ଏମାନଙ୍କୁ ଖୋଜ ଖବର ଉଦ୍ୟମ ଜାରୀ ରଖିଛି । ଯେତେବେଳେ ଅନ୍ୟ ଖେଳାଳିମାନେ ବସରେ ବସିବାକୁ ଗଲେ ସେମାନଙ୍କ ପତା ମିଳି ନ ଥିଲା । ଦୁଇଜଣଙ୍କ ଟ୍ରାଭେଲ ଡକ୍ୟୁମେଂଟ ପାକିସ୍ତାନୀ ଅଫିସରଙ୍କ ପାଖରେ ରହିଛି । ଏ ସମ୍ପର୍କରେ ବ୍ରିଟେନ ସରକରଙ୍କୁ ଅଫିସିଆଲ ଜଣାଇ ଦିଆଯାଇଛି । ବର୍ମିଂହାମରେ ଏହି ଦୁଇ ବକ୍ସର ଥିବା ଅନୁମାନ କରାଯାଉଛି । ପୂର୍ବରୁ ଶ୍ରୀଲଙ୍କାର କେତେ ଜଣ ଆଥଲେଟ ନିଖୋଜ ହୋଇଥିବା ଜଣା ପଡିଥିଲା ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.