Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ; ଉଦଘାଟନ କରିବେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ

ବାରିପଦା: ଆସନ୍ତା କାଲି ପୂରଣ ହେବ ମୟୁରଭଞ୍ଜ ଜିଲ୍ଲାର ବହୁ ଦିନର ସ୍ବପ୍ନ । ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି।

କରଞ୍ଜିଆ ବ୍ଲକର ହାତିବାରୀ ଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକର ଟିକପଦା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପ ଚାଷୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ତେବେ ଏହି ପ୍ରକଳ୍ପ ନିର୍ମାଣ ପରେ ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡାଯିବ। ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ପାଖାପାଖି ୧୭ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଜଳସେଚିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସଭା ହେବାକୁ ଥିବା ଦୁଇଟି ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ଚାଲିଛି ବ୍ୟାପକ ପ୍ରସ୍ତୁତି।

ଉଦଘାଟନ ଆଗରୁ ସମସ୍ତ ପ୍ରକ୍ରିୟାକୁ ପୁନଃ ଯାଞ୍ଚ କରିବା ସହ ସଭା ସଫଳ କରିବାକୁ ଚାଲିଛି ଯୋଜନା ।

ସୁବର୍ଣ୍ଣରେଖା ଜଳ ପ୍ରକଳ୍ପରୁ ଗତ ବର୍ଷ ସୁଦ୍ଧା ୩୫ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ କରାଯାଇଥିଲା । ଆସନ୍ତା କାଲି ଉଦଘାନଟରେ ୧୭ ହଜାର ୧୨୧ ହେକ୍ଟର ଜମିକୁ ଜଳସେଚନ କରାଯିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏସପି ଋଷିକେଶ ଡି. ଖିଲାରୀ କହିଛନ୍ତି ଯେ- କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତଙ୍କୁ ମାସ୍କ ବ୍ୟବହାର କରି ଆସିବାକୁ ଅନୁରୋଧ କରିଛନ୍ତି ।

ସଭା ସମୟ ଆଗରୁ ଶୀଘ୍ର ଆସିବା ପାଇଁ ଲୋକମାନଙ୍କୁ କହିଛନ୍ତି । ଜଣ ଜଣ କରି ଯାଞ୍ଚ କରାଯିବ । ସେଥିପାଇଁ ଶୀଘ୍ର ଆସିଲେ ସହଜରେ ଯାଞ୍ଚ ହୋଇପାରିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.