ନୂଆଦିଲ୍ଲୀ: ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ ଅଟେ । ଯଦି ପଚରାଯାଏ ଯେ, ସୂର୍ଯ୍ୟର ରଙ୍ଗ କ’ଣ? ଅଧିକାଂଶ ଉତ୍ତର ଆସିବ ହଳଦିଆ ଏବଂ କମଳା ରଙ୍ଗ । କିନ୍ତୁ ଆପଣ କ’ଣ ଜାଣନ୍ତି କି ସୂର୍ଯ୍ୟର ପ୍ରକୃତ ରଙ୍ଗ କ’ଣ? ତେବେ ଆସନ୍ତୁ ଜାଣବା ଯେ ସୂର୍ଯ୍ୟର ପ୍ରକୃତ ରଙ୍ଗ କ’ଣ ଏବଂ ଏହା ପୃଥିବୀ ଠାରୁ ଭିନ୍ନ ରଙ୍ଗର କାହିଁକି ଦେଖାଯାଏ ।
ସୂର୍ଯ୍ୟ ରଙ୍ଗ
ସୂର୍ଯ୍ୟର ରଙ୍ଗ କିପରି ଦେଖାଯାଏ ତାହା ପଛରେ ଅନେକ ପ୍ରମୁଖ କାରଣ ରହିଛି । ଏଥିରେ ମଣିଷର ଦେଖିବା ପ୍ରକ୍ରିୟାଠାରୁ ଆରମ୍ଭ କରି ସୂର୍ଯ୍ୟକିରଣ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ । ସୂର୍ଯ୍ୟ ଅନେକ କାରଣରୁ ନିଜ ଭିତରୁ ଉର୍ଜା ବାହାର କରେ; ଏହାର ଅନେକ ପ୍ରକାରର ତରଙ୍ଗ ଅଛି । ଏଥିରେ ଆମ ଆଖି ଦେଖିପାରୁଥିବା ତରଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ । ପ୍ରକୃତରେ ଏଗୁଡ଼ିକୁ ଅପ୍ଟିକାଲ ତରଙ୍ଗ କୁହାଯାଏ । ଏହା ବ୍ୟତୀତ, ଅଲ୍ଟ୍ରାଭାୟୋଲେଟ୍ ଅର୍ଥାତ୍ ଅତିବାଇଗଣୀ ରଶ୍ମୀ, ଇନଫ୍ରାରେଡ୍ ଇତ୍ୟାଦି ଅନେକ ତରଙ୍ଗ ଅଛି, ଯାହାକୁ ଆମର ଆଖି ଦେଖିପାରେ ନାହିଁ ।
ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ସୂର୍ଯ୍ୟକିରଣ ପରିବର୍ତ୍ତନ ହୁଏ
ତେବେ ମହାକାଶରେ, ସୂର୍ଯ୍ୟରୁ ଆସୁଥିବା ସମସ୍ତ ଆଲୋକ ତରଙ୍ଗ ଏକାଠି ହୁଏ, ତେଣୁ ଆମ ଆଖିକୁ ସୂର୍ଯ୍ୟର ରଙ୍ଗ ଧଳା ଦେଖାଯାଏ । କିନ୍ତୁ ଯେତେବେଳେ ଏହି ଆଲୋକ ଆମ ବାୟୁମଣ୍ଡଳ ଦେଇ ଗତି କରେ, ସେତେବେଳେ ଏହା ଆମ ଆଖିରେ ପହଞ୍ଚିବା ପୂର୍ବରୁ ଏହା ପରିବର୍ତ୍ତନ ହୋଇଥାଏ, ଯେଉଁ କାରଣରୁ ସୂର୍ଯ୍ୟର ରଙ୍ଗ ଆମକୁ ଏକ ଭିନ୍ନ ପ୍ରକରରେ ଦେଖାଯାଏ ।
ବାୟୁମଣ୍ଡଳ ଦେଇ ଗତି କରିବା ସମୟରେ, ସୂର୍ଯ୍ୟର ଏକ କିରଣ ଏହାର କଣିକା ସହିତ ଧକ୍କା ହୁଏ, ଫଳରେ କମ୍ ତରଙ୍ଗଦୈର୍ଘ୍ୟର ତରଙ୍ଗଗୁଡ଼ିକ ଶୀଘ୍ର ବିସ୍ତାରିତ ହୋଇଯାଏ । ଏହି କାରଣରୁ ନୀଳ ତରଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ତରଙ୍ଗ ଏକାଠି ଆମ ଆଖିରେ ପହଞ୍ଚେ । ଯେଉଁ କାରଣରୁ ସୂର୍ଯ୍ୟର ରଙ୍ଗ ହଳଦିଆ ଦେଖାଯାଏ । ଧିରେ ଧିରେ ଅନ୍ଧାର ହେବା ସହିତ, ସୂର୍ଯ୍ୟ କିରଣକୁ ବାୟୁମଣ୍ଡଳ ଦେଇ ଆହୁରି ଆଗକୁ ଯିବାକୁ ପଡ଼ିଥାଏ । ଏହି ସମୟ ମଧ୍ୟରେ, ବହୁ ସଂଖ୍ୟକ ପ୍ରକାଶିତ ତରଙ୍ଗ ବିକ୍ଷିପ୍ତ ହେବା ଆରମ୍ଭ କରେ, ତେଣୁ ଧୀରେ ଧୀରେ ଏହାର ରଙ୍ଗ ଲାଲ ଓ କମଳା ଇତ୍ୟାଦି ଦେଖାଯିବା ଆରମ୍ଭ ହୋଇଥାଏ ।
ସୂର୍ଯ୍ୟ ଧଳା ଦେଖାଯାଏ କାହିଁକି?
ଏବେ ପ୍ରଶ୍ନ ହେଉଛି ସୂର୍ଯ୍ୟ ଭୂପୃଷ୍ଠରୁ ଧଳା ଦେଖାଯାଏ କାହିଁକି? ପ୍ରାୟତଃ ମେଘ, କୁହୁଡ଼ି ଓ ଧୂଆଁଳିଆ ସ୍ଥିତିରେ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠ ରେ ବହୁତ କମ୍ ମାତ୍ରାରେ ପହଞ୍ଚିଥାଏ, ଏପରି କୁହୁଡ଼ି ପରିବେଶରେ ସୂର୍ଯ୍ୟ ଆମକୁ ଧଳା କିମ୍ବା ଝାପସା ହଳଦିଆ ଦେଖାଯାଏ ।
Comments are closed.