Latest Odisha News

ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍‌ ହେଲା ଲଞ୍ଚ , ପ୍ରାଇସ ବହୁତ କମ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍‌ ଲଞ୍ଚ ହୋଇଛି । ଭେଭି ମୋବିଲିଟି (Vayve Mobility) ଏହି କାର ବିକ୍ରି ପାଇଁ ଲଞ୍ଚ କରିଛି । ଏହ କାର୍ ର ନଁ ହେଲା ଭେଭି ଇଭା (Vayve Eva)।

୩ଟି ଭାରିଆଣ୍ଟ୍‌ରେ ଏହି କାର୍‌ ଆସିଛି । ନୋଭା, ଷ୍ଟେଲା ଏବଂ ଭେଗା। ଏହି କାର୍‌ର ଏକ୍ସ ସୋରୁମ୍‌ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ବ୍ୟାଟେରିକୁ ସବ୍‌ସ୍କ୍ରିପସନ୍ ଆକାରରେ ମଧ୍ୟ କିଣିପାରିବେ । ବ୍ୟାଟେରି ସହିତ ଏହି କାର୍‌କୁ କିଣିଲେ ଏହାର ଦାମ୍‌ ୩ ଲକ୍ଷ ୯୯ ହଜାର ଟଙ୍କା ରହିବ। ୨୦୨୬ରେ ଏହି କାର୍‌ର ଡେଲିଭରି ଆରମ୍ଭ ହେବ ବୋଲି ଆଶା ରଖାଯାଇଛି।

ଷ୍ଟେଲାର ମୂଲ୍ୟ ୩.୯୯ ଲକ୍ଷ ଏବଂ ଭେଗା ଭାରିଆଣ୍ଟର ମୂଲ୍ୟ ୪.୪୯ ଲକ୍ଷ ଟଙ୍କା ରହିଛି । Vayva Eva କାରରେ ଏକ ସୋଲାର୍ ପ୍ୟାନେଲ ଅଛି, ଯାହା କାରର ସନରୁଫ ସ୍ଥାନରେ ବ୍ୟବହାର କରାଯାଇପାରିବ ।

କମ୍ପାନୀ କହିଛି ଯେ, ଏହି କାରଟି ସମ୍ପୂର୍ଣ୍ଣ ଚାର୍ଜରେ ୨୫୦ କି.ମି ଚାଲିବ। ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ଚାରି ଘଣ୍ଟା ଲାଗେ । କାରର ଟପ୍ ସ୍ପିଡ୍ ୭୦ କିମି/ ଘଣ୍ଟା ରହିଛି ।

ଏହି କାରର ଆଗରେ ଏକ ସିଙ୍ଗଲ୍ ସିଟ୍ ଏବଂ ପଛରେ ଟିକିଏ ପ୍ରଶସ୍ତ ସିଟ୍ ଅଛି । ପଛ ସିଟରେ ଜଣେ ବୟସ୍କ ଲୋକଙ୍କ ସହ ଏକ ଛୁଆ ସହଜରେ ବସିପାରିବ । ଡ୍ରାଇଭିଂ ସିଟ୍ ପାଖରେ ଥିବା ଡୋର୍ ର ଭିତର ପାର୍ଶ୍ବରେ ଏକ ଫୋଲ୍ଡିଂ ଟ୍ରେ ପ୍ରଦାନ କରାଯାଇଛି, ଯେଉଁଥିରେ ଆପଣ ଲାପଟପ୍ ଆଦି ରଖିପାରିବେ । ଡ୍ରାଇଭିଂ ସିଟ୍ ୬ଟି ଉପାୟରେ ଆଡଜଷ୍ଟ ହୋଇପାରିବ ।

କାରର ଲମ୍ବ ୩୦୬୦ମିମି, ଚଉଡା ୧୧୫୦ମିମି, ଉଚ୍ଚତା ୧୫୯୦ମିମି ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ହେଉଛି ୧୭୦ମିମି ରହିଛି । ଏହି ସୋଲାର୍ କାରର ଆଗରେ ଡିସ୍କ ବ୍ରେକ୍ ଏବଂ ପଛ ଚକରେ ଡ୍ରମ୍ ବ୍ରେକ୍ସ ଅଛି । ଇଲେକ୍ଟ୍ରିକ୍ ପାୱାର ଷ୍ଟିଅରିଂ ସହ ସଜ୍ଜିତ ଏହି କାରର ଟର୍ନିଂ ରେଡିୟସ୍ ହେଉଛି ୩.୯ ମିଟର ।

 

Comments are closed.