Latest Odisha News

BREAKING NEWS

ଆଜି ପୁଣି ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ, ତଦନ୍ତ ଚଳାଇଛି ପୋଲିସ

ସୁନ୍ଦରଗଡ : ହତ୍ୟାର ଶିକାର ହୋଇଥିବା କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ଆଜି ଏକ କଟା ଗୋଡ ମିଳିଛି । ଗତକାଲି ତାଙ୍କର କଟା ମୁଣ୍ଡ, ଗଣ୍ଡି, କଟା ହାତ ଆଦି ମିଳିଥିଲା । ପୋଲିସ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତ ୧୩ ତାରିଖରେ ରମେଶ ସାଙ୍ଗମାନଙ୍କ ସହ ଭୋଜି କରିବା ପାଇଁ ଘରୁ ବାହାରକୁ ଯାଇଥିଲେ । ଏହା ପରେ ରାତିରେ ଆଉ ଘରକୁ ଫେରି ନ ଥିଲେ । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ଥାନାରେ ଖବର ଦେଇଥିଲେ । ଏହା ପରେ ପୋଲିସ ଗୋଟିଏ ଦିନ ଖୋଜାଖୋଜି କରିବା ପରେ ଭବାନୀପୁରର ପୋଖରୀରୁ ଖଣ୍ଡବିଖଣ୍ଡିତ ଶରୀର ପାଇଥିଲା । ତେବେ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ନେଇ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି ।

Leave A Reply

Your email address will not be published.