Latest Odisha News

BREAKING NEWS

ଭାରତର ୧୩୫୦ ରାଜନେତାଙ୍କ ଉପରେ ନଜର ରଖିଛି ଚୀନ

ନୂଆଦିଲ୍ଲୀ: ଚୀନ ଭାରତୀୟ ରାଜନେତାଙ୍କ ସମ୍ପର୍କରେ ଚୋରାରେ ତଥ୍ୟ ସଂଗ୍ରହ କରୁଛି । ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫ ପୂର୍ବତନ ପ୍ରଧାନମନ୍ତ୍ରୀ ରହିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୩୫୦ ରାଜନେତାଙ୍କ  ସମେତ ୧୦,୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଉପରେ ନଜର ରଖିଛି ।ଉପରେ ଚୀନର କେତେକ ସଂସ୍ଥା ଗୁପ୍ତଚରୀ କରୁଛନ୍ତି । ଶେନଝେନ ଓ ଜିନୁହା ଇନଫୋଟେକ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଛି ।

BjdElectrycity

ଚୀନ ୪୦ ମୁଖ୍ୟମନ୍ତ୍ରୀ, ୩୫୦ଜଣ ଏମପି ଓ ୭୦ ମେୟର ରହିଛନ୍ତି । ଏମାନଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ମନମୋହନ ସିଂ, ବିପିନ ରାୱତ, ଏସଏ ବୋବଡେ ପ୍ରମୁଖଙ୍କ ନାମ ରହିଛି । ଭାରତର ଇଂଟେଲଜେନ୍ସି ଏଜେନ୍ସି ସତର୍କତା ଅବଲମ୍ବନ କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇଛି କି ନାହିଁ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.