Latest Odisha News

BREAKING NEWS

ଚିକିତ୍ସା ପାଇଁ ଧର୍ମେନ୍ଦ୍ରଙ୍କୁ ଆମେରିକା ନେଲେ ସନୀ ଦେଓଲ

ମୁମ୍ବାଇ: ଗଦର ୨ ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନ ଜିଣିଥିବା ସନୀ ଦେଓଲ କିନ୍ତୁ ଏବେ ଚିନ୍ତାରେ ଅଛନ୍ତି । ତାଙ୍କ ବାପା ଧର୍ମେନ୍ଦ୍ର ଅସୁସ୍ଥ ହୋଇ ପଡିଛନ୍ତି । ଚିକିତ୍ସା ପାଇଁ ସନୀ ଦେଓଲ ତାଙ୍କୁ ଆମେରିକା ନେଇ ଯାଇଛନ୍ତି । ରିପୋର୍ଟ ମୁତାବକ ଧର୍ମେନ୍ଦ୍ର ସେଠାରେ ୧୫ରୁ ୨୦ ଦିନ ରହି ଚିକିତ୍ସିତ ହେବେ । ସେହି ସମୟ ତକ ସନୀ ଦେଓଲ ତାଙ୍କ ସହିତ ରହିବେ । ୮୭ ବର୍ଷୀୟ ଧମେନ୍ଦ୍ର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ କଳାକାର ଭାବେ ପରିଗଣିତ । ତେବେ ସେ ସୁସ୍ଥ ଅଛନ୍ତି ଏବଂ କୌଣସି ପ୍ରକାରର ଚିନ୍ତାର କାରଣ ନାହିଁ ବୋଲି ସନୀ ପ୍ରଶଂସକଙ୍କୁ କହିଛନ୍ତି ।

ରକୀ ଔର ରନୀଙ୍କ ପ୍ରେମ କାହାନୀରେ ଧର୍ମେନ୍ଦ୍ର ଅଭିନୟ କରିଥିଲେ । ଶାବନା ଆଜମୀଙ୍କ ସହ ତାଙ୍କର ଚୁମ୍ବନ ଦୃଶ୍ୟ ହଇଚଇ ସୃଷ୍ଟି କରିଥିଲା । ଗଦର ୨ ବକ୍ସ ଅଫିସରେ ୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତାରା ସିଂ ଭାବେ ସନୀଙ୍କ ଅଭିନୟ ବେଶ ଜୀବନ୍ତ ହୋଇଛି । ପୂର୍ବରୁ ଗଦର ମଧ୍ୟ ଭଲ ବ୍ୟବସାୟ କରିଥିଲା ।

Leave A Reply

Your email address will not be published.