Latest Odisha News

ଭାରତ-ପାକିସ୍ତାନ ମ୍ୟାଚରେ ‘ବର୍ଷା’ ପରେ ବିରାଟ-ରାହୁଲଙ୍କ ରନ୍ ‘ବର୍ଷା’

ଭୁବନେଶ୍ୱର: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୩ର ସୁପର-୪ରେ ଗତକାଲି ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ତେବେ ଆଜି ପୁଣି କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ମ୍ୟାଚ୍ ଆରମ୍ଭ କରାଯାଇଥିଲା । ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା । ଭାରତ ନିଜର ଅପରାଜିତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁଭମନ୍ ଗିଲ୍ ଏବଂ ରୋହିତ ଶର୍ମା ଉଭୟ ନିଜର ବ୍ୟକ୍ତିଗତ ଅର୍ଦ୍ଧଶତକ ପୁରା କରି ଦଳକୁ ଏକ ଉତ୍ତମ ଆରମ୍ଭ ଦେଇଥିଲେ । ୨୪.୧ ଓଭରରେ ୧୪୭/୨ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଖେଳକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା ।

ଗତକାଲି ପରି ଆଜି ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା । ମ୍ୟାଚ୍ ଅପରାହ୍ଣ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା । ଗତକାଲି ମ୍ୟାଚ୍ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିବା ସହିତ ସେ ଏହି ପାକିସ୍ତାନ ବିପକ୍ଷ ମ୍ୟାଚ୍ ଦ୍ୱାରା ଦଳକୁ କମବ୍ୟାକ୍ କରିଛନ୍ତି । ଏହି କମବ୍ୟାକ୍ ମ୍ୟାଚରେ ରାହୁଲ ୧୧୧ ରନ କରିଥିବା ବେଳେ କୋହଲି ମଧ୍ୟ ୧୨୨ ରନ କରିଛନ୍ତି । ଏଥି ସହିତ ଭାରତ ତାର ମୁଲ୍ୟବାନ୍ ୨ଟି ଓ୍ୱିକାଟ୍ ହରାଇ ମୋଟ୍ ୩୫୬ ରନ୍ ସଂଗ୍ରହ କରି ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଇଛି ।

ଆଇପିଏଲ୍‌ ପରେ କେଏଲ୍‌ ରାହୁଲ ଜବରଦସ୍ତ କମବ୍ୟାକ୍‌ କରିଥିବାବେଳେ ଦୀର୍ଘ ୬ ମାସ ପରେ ରାହୁଲ ଦଳକୁ ଫେରି ଶତକ ମାରିଛନ୍ତି । କେଏଲ୍‌ ରାହୁଲ ୧୦୬ଟି ବଲରେ ୧୧୧ରନ୍ ସଂଗ୍ରହ କରି ପ୍ରଶଂସିତ ହୋଇଥିବା ବେଳେ ବିରାଟ କୋହଲି ମଧ୍ୟ ୯୪ ବଲରେ ୧୨୨ ରନ୍‌ ସଂଗ୍ରହ କରି ପାକିସ୍ତାନର ମନବଳକୁ ଦୂର୍ବଳ କରି ଦେଇଛନ୍ତି । ଉଭୟ ମିଶି ୨୦୦  ବଲରେ ୨୩୩ ରନ ସଂଗ୍ରହ କରି ଭାରତକୁ ଏକ ବଡ ସ୍କୋର ଦେଇଛନ୍ତି । ଏହି ମ୍ୟାଚରେ ଶତକ ମାରି ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୭ ତମ ଶତକ ମାରିବା ସହିତ ୧୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି ।

 

Leave A Reply

Your email address will not be published.