Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ । ସେହି କଏଦୀଙ୍କ ବିଷୟରେ ନିଷ୍ପତ୍ତି ନେବାକୁ ନିବେଦନ କରିଥିଲେ ରାଷ୍ଟ୍ରପତି ।

ଆଜି ସୁପ୍ରିମକୋର୍ଟ ଏପରି କଏଦୀମାନଙ୍କ ରିପୋର୍ଟ ଦେବା ପାଇଁ ଦେଶ ସାରା ସମସ୍ତ ଜେଲ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଜାତୀୟ ଆଇନ୍ ସେବା ପ୍ରାଧୀକରଣ ବା ଏନଏଏଲଏସଏ କୁ ତ୍ୱରିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଫଳରେ ଦଣ୍ଡ ଅବଧି ପରେ ବି ଜେଲ୍ ଜୀବନରେ ଥିବା କଏଦୀଙ୍କୁ ତୁରନ୍ତ ମୁକ୍ତ କରାଯାଇପାରିବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ତାରିଖ ସମ୍ୱିଧାନ ଦିବସ ଅଭିଭାଷଣରେ ସୁପ୍ରିମକୋର୍ଟରେ ଝାଡଖଣ୍ଡ ବ୍ୟତୀତ ଓଡ଼ିଶାରେ ଗରୀବ ଆଦିବାସୀଙ୍କ ଦୁର୍ଦ୍ଦଶା ନେଇ ଚିନ୍ତାପ୍ରକଟ କରିଥିଲେ । ଗରୀବ କଏଦୀଙ୍କ ପାଖରେ ଜାମିନ୍ ରାଶି ଦେବାକୁ ଟଙ୍କା ନଥାଏ । ତେଣୁ ସେମାନେ ଛୋଟକାଟିଆ ଅଭିଯୋଗରେ ବି ଦଣ୍ଡ ସରିବା ପରେ ମଧ୍ୟ ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ ।

ସମ୍ୱିଧାନ ଦିବସ ପାଇଁ ରାଷ୍ଟ୍ରପତିଙ୍କୁ ଇଂରାଜୀରେ ଭାଷଣ ଲେଖି ଦିଆଯାଇଥିଲେ ସୁଦ୍ଧା ସେ ହିନ୍ଦୀରେ ଗରୀବ ଆଦିବାସୀ କଏଦୀଙ୍କ ସମସ୍ୟାକୁ ପ୍ରାଞ୍ଜଳ ଭାବେ ବଖାଣିଥଇଲେ । ସେ କହିଥିଲେ, ଗମ୍ଭୀର ଅପରାଧ ଘଟାଇଥିବା କଏଦୀ ମୁକୁଳିଯାଉଛନ୍ତି । ହେଲେ ସାମାନ୍ୟ ଅପରାଧରେ ବି ଗରୀବ କଏଦୀ ଜେଲରୁ ମୁକୁଳିବା ପାଇଁ ବର୍ଷ ବର୍ଷ ବିତିଯାଉଛି । ରାଷ୍ଟ୍ରପତିଙ୍କ ଭାଷଣକୁ ଗୁରୁତ୍ୱ ସହିତ ନେଇ ସୁପ୍ରିମକୋର୍ଟ ଏପରି କଏଦୀଙ୍କ ରିପୋର୍ଟ ସମସ୍ତ ଜେଲରୁ ମଗାଇଛନ୍ତି ।

Leave A Reply

Your email address will not be published.